ଖଣ୍ଡଗିରି: ସ୍ଥାନୀୟ ଚିଦାନନ୍ଦବିହାରରେ ଆଜି ମହାବାହୁଙ୍କ ଅଧରପଣା ଉତ୍ସବ ଅବସରରେ ଶ୍ରୀଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ଦିବ୍ୟଜୀବନ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ଆଶୁତୋଷ ମିଶ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ଉପରେ ବହୁ ହୃଦୟସ୍ପର୍ଶୀ ଉଦାହରଣ ପୂର୍ବକ ପ୍ରବଚନ ଶୁଣାଇଥିଲେ। ଦିବ୍ୟଜୀବନ ସଂଘର ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଜଗନ୍ନାଥନନ୍ଦ ସରସ୍ୱତୀ ମହାରାଜ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦାମୋଦର ସେନାପତି, ମଧୁସ୍ମିତା ବିଶ୍ୱାଳ, ପ୍ରତିମାରାଣୀ ପଣ୍ଡା, ଦିଲ୍ଲୀପ ମହାନ୍ତି, ନାରାୟଣ ରଥ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଦେବେନ୍ଦ୍ର କୁମାର ଦାଶ, ଉପେନ୍ଦ୍ର ମିଶ୍ର ଓ ପ୍ରଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା।
ଅଧରପଣା ନୀତି ଓ ଶ୍ରୀ ଜଗନ୍ନାଥ କଥାମୃତ
/sambad/media/post_attachments/wp-content/uploads/2018/07/arjuna-sri-jagannathayan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)