ଆଦିତ୍ୟଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରହସ୍ୟମୟୀ ଯୁବତୀ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ସାଇକୋ ଲେଡିଙ୍କ ସମ୍ପୃକ୍ତି ଥିବା ନେଇ ଗତ ୨ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଆଜି ଏହି ଘଟଣାକୁ ନେଇ ବାଲେଶ୍ୱରର ରହସ୍ୟମୟୀ ଯୁବତୀ ଚିନ୍ମୟୀ ମହାପାତ୍ର ମୁହଁ ଖୋଲିଛନ୍ତି।

ରହସ୍ୟମୟୀ ଯୁବତୀ ଚିନ୍ମୟୀ ମହାପାତ୍ର ନିଜକୁ ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କରେ ରହିଥିବା ସ୍ବୀକାର କରିଛନ୍ତି  । ଯୁବତୀ ଜଣକ କହିଛନ୍ତି, ଆମ ଭିତରେ ଭଲ ସମ୍ପର୍କ ଥିଲା। ଆଉ ସେ ସମ୍ପର୍କ ପବିତ୍ର ଥିଲା । ମୁଁ ଆଦିତ୍ୟଙ୍କୁ ଭଲ ପାଉଥିଲି। ଆମର ଥରେ ଦୁଇ ଥର ଦେଖା ହୋଇଛି । ମୁଁ ଭୁବନେଶ୍ୱର ଆସିଲେ ତାଙ୍କୁ ଦେଖାକରେ । ଆଶ୍ରମ ଯାଇ ତାଙ୍କୁ ଭେଟେ । ମୁଁ ତାଙ୍କୁ ବିବାହ କରିଥାନ୍ତି । କିଛି ପାରିବାରିକ ସମସ୍ୟା ପାଇଁ ଆମେ ଅଲଗା ହୋଇଯାଇଥିଲୁ । ନିକଟରେ ବାପାଙ୍କ ମୃତ୍ୟୁ ପରେ ବିବାହ ପାଇଁ ଘରଲୋକ ପ୍ରସ୍ତୁତ ନ ଥିଲେ ତେଣୁ ବିବାହ ହୋଇପାରିଲା ନାହିଁ  ବୋଲି ଯୁବତୀ କହିଛନ୍ତି ।

Social Activist Aditya Dash Found Dead On Railway Tracks

ସେପଟେ ସାଇକୋ ଲେଡିକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଉପରେ ପ୍ରତିକ୍ରିୟା ଦେଇ ଚିନ୍ମୟୀ କହିଛନ୍ତି, ମତେ କାହିଁକି ସାଇକୋ ଲେଡି କହୁଛନ୍ତି ମୁଁ ଜାଣିନି । ମୋର ସେମିତି କିଛି ସମସ୍ୟା ନାହିଁ ଯେଉଁଥି ପାଇଁ ମତେ ସାଇକୋ ଲେଡି କୁହାଯିବ । ମାର୍ଚ୍ଚ ୫ରେ ଆଦିତ୍ୟଙ୍କ ଜନ୍ମ ଦିନରେ ମୁଁ ତାଙ୍କୁ ଶେଷ ଥର ଲାଗି ଫୋନ କରିଥିଲି। ତେବେ ଯାହା ସତ ତାହା ସାମ୍ନାକୁ ଆସିବା ଦରକାର । ଅତୀତକୁ ନେଇ ଅଧିକ ଘଣ୍ଟାଚକଟା କରା ନଯାଉ । ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ କାହାର ସମ୍ପୃକ୍ତି ଅଛି ତାହା କ୍ରାଇମବ୍ରାଞ୍ଚ କହିପାରିବ।

ସମ୍ବନ୍ଧିତ ଖବର