ଆଦିତ୍ୟ ମେମୋରିଆଲ କୁଇଜ୍‌ରେ ମଦର୍ସ ପବ୍ଲିକ ସ୍କୁଲ୍ ପ୍ରଥମ

ଚନ୍ଦ୍ରଶେଖରପୁର: ଲୟଲା ସ୍କୁଲ ଓ ଆଦିତ୍ୟ ମେମୋରିଆଲ ଫାଉଣ୍ଡେସନର ମିଳିତ ଅନୁକୂଲ୍ୟରେ ଜାଭିୟର ଇନିଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ପ୍ରେକ୍ଷାଳୟରେ ଆଦିତ୍ୟ ମେମୋରିଆଲ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅଭିନେତ୍ରୀ ନୈନା ଦାଶ, ଅଭିନେତା ପ୍ରୀତିରାଜ ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଲୟଲା ସ୍କୁଲ ଅଧ୍ୟକ୍ଷ ଫାଦର ଭିକ୍ଟର ଏଫ. ମିସ୍‌କୁଇଥ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଜୀବନକୁ ଅର୍ଥପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। କୁଇଜ୍‌ ମାଷ୍ଟର୍‌ ଅନୁରାଗ ସାମନ୍ତରାୟ, ଅନିରୁଦ୍ଧ ଚୌଧୁରୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ପ୍ରତିଯୋଗିତାରେ ଓଡ଼ିଶା ତଥା ରାଜ୍ୟ ବାହାରୁ ୨୫ଟି ବିଦ୍ୟାଳୟର ୧୯୫ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ଭୁବନେଶ୍ବରର ମଦର୍ସ ପବ୍ଲିକ ସ୍କୁଲ୍ ବିଜେତା ହୋଇଥିବା ବେଳେ ରାଞ୍ଚିର ଦିଲ୍ଲୀ ପବ୍ଲିକ ସ୍କୁଲ୍ ରନର୍ସଅପ୍ ହୋଇଛି। ସେହିପରି ଭୁବନେଶ୍ବର ୟୁନିଟ୍-୮ ଡିଏଭି ପବ୍ଲିକ ସ୍କୁଲ୍ ଦ୍ବିତୀୟ ରନର୍ସଅପ୍ ହୋଇଥିଲା। ଫାଉଣ୍ଡେସନ ସଦସ୍ୟ ଶ୍ରୁତି ସିହ୍ନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର