ଆଦିତ୍ୟ ମେମୋରିଆଲ କୁଇଜ୍ ଜିତିଲା ଲୟୋଲା ସ୍କୁଲ୍

ଭୁବନେଶ୍ବର: ଆଦିତ୍ୟ ମେମୋରିଆଲ୍ ଫାଉଣ୍ଡେସନ୍ ପକ୍ଷରୁ ଲୟୋଲା ସ୍କୁଲ ସହଯୋଗରେ ଏକ୍ସଆଇଏମ୍‌ବି ପରିସରରେ ଆୟୋଜିତ ଆଦିତ୍ୟ ମେମୋରିଆଲ୍‌ କୁଇଜ୍ ପ୍ରତିଯୋଗିତାର ନବମ ସଂସ୍କରଣର ବିଜେତା ହୋଇଛି ଲୟୋଲା ସ୍କୁଲ। ଆଜିର ପ୍ରତିଯୋଗିତାରେ ୨୫ଟି ସ୍କୁଲର ୨୧୬ଜଣ ପ୍ରତିଦ୍ବନ୍ଦ୍ବୀ ଭାଗ ନେଇଥିବା ବେଳେ ଲୟୋଲା ସ୍କୁଲ ଚାମ୍ପିଅନ ହୋଇଥିଲା। ଫାଇନାଲ୍‌କୁ ଯାଇଥିବା ଡିଏଭି ପବ୍ଲିକ ସ୍କୁଲ, ୟୁନିଟ-୮ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ମଦର୍ସ ପବ୍ଲିକ ସ୍କୁଲ ଦ୍ବିତୀୟ ରନର୍ସଅପ୍ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍‌ର ନିର୍ଦ୍ଦେଶକ ବି.କେ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଲ‌େୟାଲା ସ୍କୁଲର ପ୍ରିନସିପାଲ୍‌ ଫାଦର୍ ଭିକ୍ଟର୍ ଏଫ୍‌ ମିସକ୍ବିଥ୍, ଫାଦର୍ ଗିଲବର୍ଟ ମେନଜେସ୍ ରେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ। ଏହି କୁଇଜ୍ ପ୍ରତିଯୋଗିତାକୁ ବିଭାଶ ରଥ ଏବଂ ଅନିରୁଦ୍ଧ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର