ଭୁବନେଶ୍ୱର: ଆଦିତ୍ୟ ମୃତ୍ୟୁ ମାମଲାରେ ଜିଆରପି ଆଉ ପାଦେ ଆଗେଇଛି। ଜବତ ଡାଏରିରେ ହସ୍ତାକ୍ଷର ଆଦିତ୍ୟଙ୍କର ବୋଲି ଫରେନ୍ସିକ୍ ଲ୍ୟାବ୍ର ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ସ୍ପଷ୍ଟ କରିଛି। ଏଣୁ ମାମଲା ଆତ୍ମହତ୍ୟା ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଆତ୍ମହତ୍ୟା ପଛରେ କିଏ? କାହା ପାଇଁ ଆଦିତ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ? ତଦନ୍ତ ଏବେ ସେହି ଦିଗରେ ଯାଉଛି।
ଅନ୍ୟପଟେ ସୋସିଆଲ ମିଡିଆରେ ହେଉଥିବା ଟ୍ରାଏଲକୁ ନେଇ ଜିଆରପି ଚିନ୍ତାରେ ପଡ଼ିଛି। କିଛି ବ୍ୟକ୍ତି ଫେସ୍ବୁକ୍ରେ ସିଧା ସଳଖ ଆଙ୍ଗୁଠି ଉଠାଇବା ପରେ ବିଦ୍ୟାଶ୍ରୀ ମାନସିକ ଆଘାତ ପାଇଛନ୍ତି। ପୁଲିସ ମଧ୍ୟ ବାଉଳା ହୋଇଛି। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ଲକ୍ଷାଧିକ ଅନୁଗାମୀ ଥିବାରୁ ସମସ୍ତଙ୍କ ନଜର ଏହି ମାମଲା ଉପରେ ରହିଛି। ସୋସିଆଲ ମିଡିଆରେ ଏଭଳି ଲେଖା ପଛର ସତ୍ୟତା ଜାଣିବା ଲାଗି ଜିଆରପି ଉଦ୍ୟମ ଆରମ୍ଭ କରିଛି। ଏଭଳି ଲେଖିଥିବା ୟୁଜରମାନଙ୍କୁ ଚିହ୍ନଟ କରିବା ସହ ସବିଶେଷ ବିବରଣୀ ପାଇଁ ଜିଆରପି ଫେସ୍ବୁକ୍କୁ ଚିଠି ଲେଖିଛି।
/sambad/media/post_attachments/wp-content/uploads/2020/07/aditya-2.jpg)
ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ ‘ମୃତ୍ୟୁ ଯେତେବେଳେ ଆସେ ଧୀରେ ଧୀରେ ଆସେ’ଏଭଳି ଏକ ପୋଷ୍ଟ ତାଙ୍କ ଫେସ୍ବୁକ୍ରେ ଆସିଥିଲା। ଏହି ପୋଷ୍ଟ ମୃତ୍ୟୁର କେତେ ସମୟ ପୂର୍ବରୁ ହୋଇଛି ବା ମୃତ୍ୟୁ ପରେ ଆଉ କିଏ ଲେଖିଛି ତାହା ମଧ୍ୟ ନିଶ୍ଚିତ କରିବାକୁ ଚାହୁଛି ଜିଆରପି। ଏଣୁ ଫେସ୍ବୁକ୍ ସହ ଯୋଗାଯୋଗ କରାଯାଇଛି। ଅପରପକ୍ଷରେ ଏହି ମାମଲାରେ ସବିଆଇ କିମ୍ବା କମିସନରେଟ ପୁଲିସ ଓ ଜିଆର୍ପିର ମିଳିତ ତଦନ୍ତ ପାଇଁ ଉତ୍କଳୀୟମ ଫାଉଣ୍ଡେସନ ପକ୍ଷରୁ ଏନଏଚଆସିଙ୍କ ନିକଟରେ ଆବେଦନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/GRP-Write-Letter-to-Facebook-on-Adityas-Death-Case_Thumbnail.jpg)