ଭୁବନେଶ୍ୱର: ରାଜ୍ୟସ୍ତରୀୟ ଆଦିବାସୀ ମେଳା ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଚଳିତ ବର୍ଷ ଆଦିବାସୀ ମେଳାରେ ୧୦ ଲକ୍ଷରୁ ଅଧିକ ଜନସମାଗମ ହୋଇଥିବା ବେଳେ ୪ କୋଟି ୨୨ ଲକ୍ଷ ବ୍ୟବସାୟ ହୋଇଛି ବୋଲି କହିଥିଲେ। ଆଦିବାସୀଙ୍କ ଭାଷା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ଓ ପ୍ରୋତ୍ସାହିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ।  ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ରବୃତ୍ତି ବୃଦ୍ଧି, ଡ୍ରପ୍‌ଆଉଟ୍ ହାର ହ୍ରାସ କରିବା ନିମନ୍ତେ ପ୍ରୋତ୍ସାହନ ରାଶି, ପି.ଏମ ଜନମନ, ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ, ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ, ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିସନର ପ୍ରଗତି ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଲୋକପାତ କହିଥିଲେ। 

Advertisment

Traffic chaos in the capital: ରାଜଧାନୀ ଟ୍ରାଫିକ୍‌ ଯନ୍ତ୍ରଣା: ବେଆଇନ୍‌ ପାର୍କିଂ ରାସ୍ତାକୁ କରୁଛି ସଂକୁଚିତ, କୋର୍ଟ, କଲେଜ ସମ୍ମୁଖ ରାସ୍ତା

fshhffhhfs

RCB wins the trophy: ଦିଲ୍ଲୀ ଦୁଃସ୍ବପ୍ନ ଜାରି: ଆର୍‌ସିବିକୁ ଦ୍ବିତୀୟ ଥର ଟ୍ରଫି ଦେଲେ ମନ୍ଧାନା

ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ବି.ପରମେଶ୍ବରନ୍, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ପ୍ରେମଜିତ୍ ନାୟକ, ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ମୀନା, ବିତ୍ତ ପରାମର୍ଶଦାତା ବନିତା ଦାଶ, ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର ନନ୍ଦ, ଏସ୍‌ସିଏସ୍‌ଟିଆରଟିଆଇ ନିର୍ଦ୍ଦେଶକ ସୁଧାକର ଶବର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗବେଷଣା ପତ୍ରିକା ‘ବନଜା’ ଉନ୍ମୋଚିତ ହୋଇଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ସ୍ମରଣିକା ‘ପାହାଚ ୨୦୨୬’ କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଲୋକାର୍ପିତ କରିଥିଲେ। ସେହିପରି ୧୦ ଜଣ ସଫଳ ଜନଜାତି ଚାଷୀ, କୁଶଳୀ କାରିଗରଙ୍କୁ ସମ୍ମାନିତ କରାଯାଇଥିଲା।  ମେଳାରେ ଶ୍ରେଷ୍ଠ କୁଡ଼ିଆ ଭାବେ କୁଟିଆ କନ୍ଧଘର, ଜୁଆଙ୍ଗ ମଣ୍ଡଘର, ପାହାଡିଆ ଖରିଆଘର ଓ ୩ ଜଣ ଜନଜାତି କ୍ଷୁଦ୍ର ବ୍ୟବସାୟୀ ସୁନୟନା ସ୍ୱୟଂ ସହାୟକ ଗୋଷ୍ଠୀ, ସୁକନ୍ୟା ସ୍ୱୟଂ ସହାୟକ ଗୋଷ୍ଠୀ, ମହାଲକ୍ଷ୍ମୀ ମହିଳା ସଞ୍ଚୟ ସମିତିକୁ ପୁରସ୍କୃତ କରାଯାଇଥିଲା। ସ୍ୱତନ୍ତ୍ର ଶାସନ ସଚିବ ସୁଜାତା ମିଶ୍ର ଧନ୍ୟବାଦ ଦେଇଥିଲେ।