ଚନ୍ଦ୍ରଶେଖରପୁର: ଦୃଢ଼ ଇଚ୍ଛାଶକ୍ତି ଜଣକୁ ଲକ୍ଷ୍ୟ ପଥରେ ପହଞ୍ଚାଇଥାଏ। କୌଣସି ବାଧାବିଘ୍ନ ତାକୁ ଅଟକାଇ ପାରେନାହିଁ। ସେମିତି ଜଣେ ମେଧାବୀ ଛାତ୍ର ହେଉଛନ୍ତି ପୃଥ୍ବୀରାଜ ଘଣ୍ଟ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଦୁର୍ଗମ ଅଞ୍ଚଳର ଏକ ନିପଟ ମଫସଲ ଗାଁ ‘ଦୁଦୁରା’ର ପୃଥ୍ବୀରାଜ ଜଣେ ଗରିବ ନାମମାତ୍ର ଚାଷୀଙ୍କ ପୁଅ। କିନ୍ତୁ ନିଜ ଅଧ୍ୟବସାୟ ବଳରେ ସେ ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସଫଳତା ହାସଲ କରି କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ‘କିସ୍’ରୁ ଏହି ସଫଳତା ପାଇଥିବା ୬ ଜଣଙ୍କ ମଧ୍ୟରେ ପୃଥ୍ବୀରାଜ ସାମିଲ୍ ହୋଇ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି।
ସୂଚନାଯୋଗ୍ୟ, ସ୍ବଳ୍ପ ରୋଜଗାରରେ ୬ ପ୍ରାଣୀ କୁଟୁମ୍ବ ଚଳାଇବା ତାଙ୍କ ବାପାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ତେଣୁ ଗାଁ ସ୍କୁଲରୁ ତୃତୀୟ ଶ୍ରେଣୀ ପାସ୍ କରିବା ପୃଥ୍ବୀରାଜଙ୍କୁ ବାପା ଭୁବନେଶ୍ବର କିସ୍ରେ ଛାଡ଼ିଥିଲେ। ପାଠପଢ଼ାରେ ପୃଥ୍ବୀରାଜଙ୍କ ଆଗ୍ରହ ଓ ଅଧ୍ୟବସାୟକୁ ଦେଖି କିସ୍ କର୍ତ୍ତୃପକ୍ଷ ତାଙ୍କୁ ଅଧିକ ଉତ୍ସାହିତ କରି ଆସୁଥିଲେ। ପ୍ରଥମରୁ ସେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିଲେ। ଶେଷରେ ତାଙ୍କ ଲକ୍ଷ୍ୟ ପୂରଣ ହୋଇଛି। ଏହି ସଫଳତା ପାଇଁ ସେ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ପୃଥ୍ବୀରାଜଙ୍କ ଡାକ୍ତରୀ ପାଠପଢ଼ା ଖର୍ଚ୍ଚ କିସ୍ ଫାଉଣ୍ଡେସନ୍ ମଧ୍ୟ ବହନ କରିବ ବୋଲି କିସ୍ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/fsh566666666666666fshhhhhhhhhhhhhhhh.jpg)