ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପାଠ୍ୟକ୍ରମରେ ଖାଲିଥିବା ସିଟ୍ରେ ନାମଲେଖା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେଧା ତାଲିକା ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟରେ ନାମଲେଖା ପାଇଁ ଏହି ତାଲିକା ବାହାରିଛି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରୀଙ୍କ ନାମଲେଖା ଆସନ୍ତା ୨୦ରୁ ୨୩ ତାରିଖ ମଧ୍ୟରେ ନାମ ଲେଖାଇବେ। କଳା ଓ ବିଜ୍ଞାନ ବିଭାଗର ସାଧାରଣବର୍ଗର ଛାତ୍ରୀଙ୍କ ବ୍ୟତୀତ ଅନ୍ୟାନ୍ୟ ବର୍ଗର ଛାତ୍ରୀଙ୍କ ନାମଲେଖା ୨୦ ତାରିଖରେ ହେବ। କଳା ବିଭାଗର ସାଧାରଣ ବର୍ଗ ଛାତ୍ରୀଙ୍କ ଲାଗି ୨୧ ତାରିଖ, ବିଜ୍ଞାନ ବିଭାଗର ସାଧାରଣ ବର୍ଗ ଛାତ୍ରୀଙ୍କ ପାଇଁ ୨୩ ତାରିଖରେ ନାମଲେଖା ହେବ। ୨୩ ତାରିଖରେ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ନାମଲେଖା ପାଇଁ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ େଓ୍ଵବସାଇଟ୍ରୁ ଇଣ୍ଟିମେସନ୍ ଲେଟର ଡାଉନ୍ଲୋଡ୍ କରିପାରିବେ। ନାମ ଲେଖାଇବାକୁ ଆସିବା ସମୟରେ ଛାତ୍ରୀମାନେ ଇଣ୍ଟିମେସନ ଲେଟର ଓ ସମସ୍ତ ସାର୍ଟିଫିକେଟ୍ର ଓରିଜିନାଲ ଡକ୍ୟୁମେଣ୍ଟ ଆଣିବାକୁ ହେବ। ବଳକା ସିଟ୍ ପାଇଁ ୨୫ତାରିଖରେ ତାଲିକା ପ୍ରକାଶ ପାଇବ। ଏଥିପାଇଁ ଅଗଷ୍ଟ ୨ରେ ନାମଲେଖା ହେବ। ଅଗଷ୍ଟ ୩ରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
ଜୁଲାଇ ୨୦ରୁ ୨୩ ମଧ୍ୟରେ ନାମଲେଖା
ରମାଦେବୀ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା
/sambad/media/post_attachments/wp-content/uploads/2018/02/ramadevi-university.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)