ଆଦର୍ଶ ସ୍କୁଲ୍‌ରେ ପିତୃ ମାତୃ ପୂଜନ

ଭୁବନେଶ୍ବର: ବନମାଳିପୁରସ୍ଥିତ ଆଦର୍ଶ ଶିଶୁ ନିକେତନ ପକ୍ଷରୁ ସରସ୍ବତୀ ପୂଜା ଅବସରରେ ପିତୃମାତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତାଙ୍କୁ ଚନ୍ଦନ, ଧୂପ, ଚାଉଳ, ମିଠା ଖୁଆଇ ପୂଜା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ଉତ୍ସବରେ ପ୍ରବଚକ ସାହିତ୍ୟିକ କାର୍ତିକେଶ୍ବର ଷଡ଼ଙ୍ଗୀ, ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ବାଇଁ, ସମାଜସେବୀ ମାଗୁଣୀ‌ ସେଠୀ, ବୁଦ୍ଧିଜୀବୀ ଫକୀର ମୋହନ ସାହୁ ଅତିଥି ଭାବେ ଯୋଗ ଦେଇ ବାର୍ଷିକ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଆଦର୍ଶ ଶିଶୁ ନିକେତନର ସମ୍ପାଦକ ସୁରେନ୍ଦ୍ର ସାହୁ ଏବଂ ଶିକ୍ଷୟିତ୍ରୀ ସୁଜାତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର