ଅନ୍‌ଲାଇନ୍‌ରେ ଟଙ୍କା ଦେଣନେଣ ପାଇଁ ବ୍ୟବସାୟୀଙ୍କୁ ପରାମର୍ଶ

ଭୁବନେଶ୍ୱର : ରାଜଧାନୀରେ ଥିବା ଛୋଟଛୋଟ ବ୍ୟବସାୟୀମାନଙ୍କୁ ଅନ୍‌ଲାଇନ୍‌ରେ ଅର୍ଥ କାରବାର କରିବାକୁ ବିଏମ୍‌ସି ପରାମର୍ଶ ଦେଇଛି। ଏଥିପାଇଁ ବିଏମ୍‌ସି ସହ ପେଟିଏମ୍‌, ଫୋନ୍‌ ପେ, ଗୁଗୁଲ୍‌ ପେ ଭଳି ସଂସ୍ଥାମାନେ ଯୋଗାଯୋଗ କରିଛନ୍ତି। ସେମାନେ ବ୍ୟବସାୟୀଙ୍କୁ ଏ ବାବଦରେ ସଚେତନ କରାଇବେ ବୋଲି କହିଛନ୍ତି।

ବିଏମ୍‌ସି ସୂଚନା ମୁତାବକ, ବ୍ୟବସାୟୀମାନେ ଅନ୍‌ଲାଇନ୍‌ରେ କାରବାର କଲେ ସେମାନଙ୍କୁ ଋଣ ପ୍ରଦାନ ସହ ଅନ୍ୟାନ୍ୟ ସୁବିଧା ମିଳିବ। ସେମାନଙ୍କୁ ପେ ଟିଏମ୍‌, ଫୋନ୍‌ ପେ, ଗୁଗୁଲ୍‌ ପେ ଭଳି ସଂସ୍ଥାମାନଙ୍କ ଠାରୁ ମଧ୍ୟ ଫାଇଦା ମିଳିବ। ତେବେ କାରବାରରେ କୌଣସି ସମସ୍ୟା ହେଲେ ବିଏମ୍‌ସି ଦାୟୀ ରହିବ ନାହିଁ ବୋଲି ସ୍ପଷ୍ଟ କରିଛି। ଅନ୍ୟପଟେ କେତେକ ବ୍ୟବସାୟୀ ପୂର୍ବରୁ ଏଭଳି ବ୍ୟବସ୍ଥା କରିଛନ୍ତି। ଅନେକ ସମୟରେ ଏଭଳି ତୃତୀୟ ପକ୍ଷ ସଂସ୍ଥା ଜରିଆରେ ଟଙ୍କା ନେଣଦେଣ କରିବା ବେଳେ କୌଣସି ସମସ୍ୟା ହେଲେ ବ୍ୟାଙ୍କ୍‌ ମଧ୍ୟ ଦାୟୀ ରହୁନାହିଁ। ତୃତୀୟ ପକ୍ଷ ସଂସ୍ଥାର କଷ୍ଟମର କେୟାର ଗୁଗୁଲ୍‌ରେ ଖୋଜି କେତେକ ସାଇବର ଠକଙ୍କ ହାବୁଡ଼ରେ ପଡ଼ିବା ମଧ୍ୟ ପ୍ରମାଣ ରହିଛି।

ସମ୍ବନ୍ଧିତ ଖବର