ଜଟଣୀ: କୋହେନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ (ସିଆଇଏସ୍) ଓ ଆଭିଓଟ୍ରନ୍ ଏରୋସ୍ପେସ୍ ସହଯୋଗିତାରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଏରୋ-ସ୍ପେସ୍ ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ବରିଷ୍ଠ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରଫେସର୍ ଅଜିତ ମୋହନ ଶ୍ରୀବାସ୍ତବ, ସିଆଇଏସ୍ର ଚେୟାରମ୍ୟାନ୍ ଜ୍ୟୋତିରଞ୍ଜନ ତ୍ରିପାଠୀ, ସିଆଇଏସ୍ର ଭାଇସ୍ ଚେୟାରମ୍ୟାନ ବିକାଶ ବାହିନୀପତି, ସମ୍ପାଦକ ଜନ୍ମେଜୟ ମଣ୍ଡଳ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ।
ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ପ୍ରଥମ ଏରୋସ୍ପେସ୍ ଇଣ୍ଟିଗ୍ରେଟେଡ୍ କରିକୁଲମ୍ ପ୍ରଥମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆରମ୍ଭ କରାଯାଇଛି। ଏଥିରେ ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ, ଆର୍ଟସ୍ ଆଣ୍ଡ ମ୍ୟାଥ୍ସ୍ ଆଦି ବିଷୟବସ୍ତୁ ରହିଛି। ଏହି ଅବସରରେ ବିବିଧ ଏରୋ-ମଡେଲକୁ ବ୍ୟବହାର କରି ଏକ ସ୍ୱତନ୍ତ୍ର ଏରୋ-ସୋ’ ଆୟୋଜନ କରାଯାଇଥିଲା। ଆଗକୁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଏରୋ-ମଡେଲ ପ୍ରସ୍ତୁତ ଓ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଏରୋ-ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ତାଲିମ ଦିଆଯିବ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/35-20.jpg)