ବାଲିପାଟଣା: ବାଲିପାଟଣା ଅଞ୍ଚଳରେ କିଛି ଦିନ ହେଲା ଆତଙ୍କ ସୃଷ୍ଟି କରିଥିବା ପାଗଳ ହନୁ ମାଙ୍କଡ଼କୁ କାବୁ କରିବାରେ ବନ ବିଭାଗ ସଫଳ ହୋଇଛନ୍ତି। ୨ ଦିନ କସରତ ପରେ ଗୁରୁବାର ସକାଳୁ ଦୁର୍ଦ୍ଦାନ୍ତ ହନୁକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। 

Advertisment

ମାଙ୍କଡ଼ ନିସ୍ତେଜ ହେବା ପରେ ତାକୁ ଚିକିତ୍ସା ପାଇଁ ବନ କର୍ମଚାରୀ ନେଇ ଯାଇଥିବା ଜଣାପଡିଛି। ମାଙ୍କଡ଼ଟି ବହୁ ଲୋକଙ୍କୁ କାମୁଡି ଗୁରୁତର କରିଥିଲା। ବୁଧବାର ସକାଳୁ ୩ ଜଣଙ୍କୁ କାମୁଡି ଗୁରୁତର କରିଦେଇଥିଲା। ସେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଥିଲା।

ଗତକାଲି ନନ୍ଦନକାନନ ଟିମ୍ ଦୀର୍ଘ ସମୟ ଚେଷ୍ଟା କରି ତାକୁ ଧରିବାରେ ବିଫଳ ହୋଇଥିଲେ।  ଗୁରୁବାର ଦିନ ସକାଳେ ମାଙ୍କଡ଼ଟି ଏକ ଛାତ ଉପରେ ବସିଥିଲା । ବନବିଭାଗର ଟିମ୍‌ ନଜର ରଖିଥିଲା, ଆଉ ନନ୍ଦନକାନନର ଏକ ଟିମ୍‌ ସହାୟତାରେ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ବଙ୍ଗୋପସାଗରରେ ପୁଣି ବାତ୍ୟା: ୨୬ ତାରିଖ ବେଳକୁ ସୃଷ୍ଟିହେବା ସମ୍ଭାବନା

ମାଙ୍କଡ଼କୁ ଟିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଛି । ହନୁ ଧରାପଡ଼ିବା ଫଳରେ ସ୍ଥାନୀୟ ଲୋକେ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି।

ଅଧିକ ପଢ଼ନ୍ତୁ: ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନ: ସର୍ଟସର୍କିଟ ସନ୍ଦେହ