ବିଧାୟକଙ୍କ କାର୍‌ ପୋଡ଼ି ଘଟଣା: ଅନ୍ଧାରରେ ପୁଲିସ

୪ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍‌ ପାଉନି

ଭୁବନେଶ୍ବର: ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୪ସ୍ଥିତ ବିଧାୟକ କଲୋନିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସରକାରୀ କ୍ବାର୍ଟର୍ସରେ ପଶି ଗାଡ଼ି ଜାଳିଦେବା ଘଟଣାର ୪ଦିନ ପରେ ବି ପୁଲିସ ଅପରାଧୀଙ୍କ ଟେର୍‌ ପାଉନି। କେଉଁମାନେ ଅପରାଧ ଘଟାଇଛନ୍ତି? ଏହା ପଛରେ କ’ଣ କାରଣ ରହିଛି? ତାହା ଏବେ ବି ରହସ୍ୟ ହୋଇ ରହିଛି। ‌ତେବେ ପୂର୍ବ ଶତ୍ରୁତାକୁ ନେଇ କେହି ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। କାରଣ ପୂର୍ବରୁ ବିଧାୟକ ଶ୍ରୀ ପ୍ରଧାନ ଓ ଜଣେ ମହିଳାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ମହିଳା ଜଣଙ୍କ ତାଙ୍କୁ ବିବାହ ଜିଦ୍‌ରେ ବିଧାୟକଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ। ଏମିତିକି ବିଧାୟକଙ୍କ କ୍ବାର୍ଟର୍ସ ଭିତରେ ପଶି ଫୁଲ କୁଣ୍ଡ ମଧ୍ୟ ଭଙ୍ଗାରୁଜା କରିଥିଲେ। ସେହିପରି ବିଧାୟକଙ୍କ ନିର୍ବାଚନମଣ୍ଡଳୀରେ ତାଙ୍କର କେହି ଶତ୍ରୁ ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି। ହେଲେ ଏପର୍ଯ୍ୟନ୍ତ ପୁଲିସ କୌଣସି ତଥ୍ୟ ପାଇପାରୁ ନାହିଁ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ଅପରାଧୀଙ୍କୁ ଖୋଜୁଛି। ଅନ୍ୟପଟେ ଦୁର୍ବୃତ୍ତ ତାଙ୍କର ୪ଟି ଗାଡ଼ି ପୋଡ଼ିଲେ। ପରଦିନ ସକାଳୁ ଅତିରିକ୍ତ ସିପି, ଡିସିପି, ଏସିପି, ଆଇଆଇସି, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତନାଘନା କଲେ। ହେଲେ ୪ଦିନ ପରେ ବି ଲୋକ ପ୍ରତିନିଧିଙ୍କ ପାଇଁ ଯଦି ଏଭଳି ତତ୍ପରତା ‌ତେବେ ସାଧାରଣ ଲୋକଙ୍କ ସୁରକ୍ଷା କିଭଳି ଦିଆଯିବ ସେ ନେଇ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର