ଜଟଣୀ: ଆଜି ଅପରାହ୍ଣରେ ଜଟଣୀ ଥାନା ଅନ୍ତର୍ଗତ ବାଛରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମାମୁଁ ଘରକୁ ବୁଲି ଆସିଥିବା ଭାଇ ଭଉଣୀଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହେବା ପରେ ଉଭୟ ଭାଇ ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ରେଳବାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଟଣୀ ଥାନା ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଟକର ସମୀର ଖାଁ(୨୨) ଓ ତାଙ୍କ ଭଉଣୀ ହେନା ଖାତୁନ (୩୦) ନିଜ ମାମୁଁ ଘର ଜଟଣୀ ଥାନା ଅନ୍ତର୍ଗତ ବାଛରାକୁ ବୁଲିବାକୁ ଆସିଥିଲେ। କୌଣସି କାରଣରୁ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ଭଉଣୀ ପ୍ରଥମେ ମାମୁଁ ଘର ପାଖରେ ଥିବା କୂଅକୁ ଡେଇଁ ପଡ଼ିଥିଲେ। ଏହାଦେଖି ଉପସ୍ଥିତ ସାହି ପଡ଼ିଶା କୂଅରୁ ହେନାଙ୍କୁ ଉଦ୍ଧାର କରିଥିଲେ। ହେନାଙ୍କ ଆତ୍ମହତ୍ୟା ଉଦ୍ୟମ କଥା ଶୁଣି ଭାଇ ସମୀର ଖାଁ ଘର ଭିତରେ ବେକରେ ଫାଶି ଲଗାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରି ରେଳ ମଣ୍ଡଳ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭାଇଙ୍କ ମୃତ୍ୟୁ ଖବର ଶୁଣି ପୁଣି ଥରେ ଭଉଣୀ ହେନା ସେହି କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଣି ଥରେ ତାଙ୍କୁ ଉଦ୍ଧାର କରାଯାଇ ରେଳମଣ୍ଡଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଜଟଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭାଇର ଆତ୍ମହତ୍ୟା ପରେ କୂଅକୁ ଡେଇଁ ଭଉଣୀ ଗୁରୁତର
/sambad/media/post_attachments/wp-content/uploads/2019/03/suicide-784x441.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)