ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ କୂଳସାହି ପ୍ରକଳ୍ପ ପ୍ରାଥମିକ ସ୍କୁଲର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଜେନା(୫୮)ଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଯାଇଛି। ରାତ୍ରି ଭୋଜନ ପରେ ଲକ୍ଷ୍ମୀଧର ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ଚିକିତ୍ସା ଲାଗି ପରିବାର ଲୋକ ତାଙ୍କୁ ଏକ ଘରୋଇ ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇ ଅପରାହ୍ଣରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସହକାରୀ ଶିକ୍ଷୟିତ୍ରୀ ବୁଲି ସ୍ବାଇଁଙ୍କ କହିବାନୁଯାୟୀ ଶ୍ରୀ ଜେନା ସୋମବାର ଅପରାହ୍ଣରେ ଅସୁସ୍ଥତା ଅନୁଭବ କରୁଥିବା କହି ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ଯାଇଥିଲେ। ସେଠାରେ ସନ୍ଧ୍ୟାରେ ଘରକୁ ଫେରିଥିଲେ। ହେଲେ ରାତିରେ ଖାଇ ସାରିବା କ୍ଷଣି ଛାତିରେ ଯନ୍ତ୍ରଣା ଅନୁଭବ କରି ବିଛଣାରେ ଟଳି ପଡ଼ିଥିଲେ। ଭଲ ପାଠପଢ଼ା ପାଇଁ ଆଖପାଖ ଅଞ୍ଚଳରେ ଲୋକପ୍ରିୟତା ଅର୍ଜନ କରିଥିବା ଶ୍ରୀ ଜେନାଙ୍କ ମୃତ୍ୟୁରେ ସବୁ ମହଲରେ ଶୋକ ପ୍ରକାଶ ପାଇଛି। ମୃତ୍ୟୁ ଖବର ପାଇ ବିଇଓ ସ୍ନିଗ୍ଧା ମିଶ୍ରଙ୍କ ସହିତ ବହୁ ଶିକ୍ଷକ/ଶିକ୍ଷୟିତ୍ରୀ ତାଙ୍କର ଶେଷ ଦର୍ଶନ କରିଥିଲେ। ଶିକ୍ଷା ବିଭାଗ ପକ୍ଷରୁ ତାଙ୍କ ପରିବାରକୁ ୫ହଜାର ଟଙ୍କା ପ୍ରଦାନ କରାଯାଇଥିବା ବିଇଓ ଜଣାଇଛନ୍ତି।
ଖାଇ ସାରିବା ପରେ ଟଳିପଡ଼ିଲେ ପ୍ରଧାନ ଶିକ୍ଷକ
/sambad/media/post_attachments/wp-content/uploads/2018/12/deadbody.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)