ବିଏମସି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଲାଗି କଟକଣା କୋହଳ

ଭୁବନେଶ୍ୱର: କରୋନା ଭାଇରସ ମୁକାବିଲା ପାଇଁ ଜାରି ଥିବା ଲକଡାଉନ ସ୍ଥିତି ନେଇ ଆକଳନ ପରେ ଭୁବନେଶ୍ୱର ମହାନଗର ନିଗମ କିଛି କଟକଣାକୁ କୋହଳ କରିଛି । ମହାନଗର ନିଗମ ଅଞ୍ଚଳ ପରିସରରେ ନିର୍ମାଣ କାମ ଚାଲିବ । କିନ୍ତୁ ନିର୍ମାଣ କାମ ଚାଲୁ କରିବା ପାଇଁ ବାହାରୁ ଶ୍ରମିକ ଆସିପାରିବେ ନାହିଁ । ଏଥି ପାଇଁ କଟକଣା ଜାରି ରହିବ ।

ନିର୍ମାଣରେ ଆବଶ୍ୟକ ସିମେଣ୍ଟ, ରଡ, ଚିପ୍ସ ଦେକାନ ଖୋଲା ରହିବ ବୋଲି ବିଏମସି ଟୁଇଟ ଜରିଆରେ ଏହି ସୂଚନା ଦେଇଛି । ନିର୍ମାଣସ୍ଥଳକୁ କେବଳ ରାତିରେ ସାମଗ୍ରୀ ନିଆଯାଇପାରିବ । ରାତି ୧୦ଟା ପରଠାରୁ ସକାଳ ୫ଟା ଯାଏଁ ନିର୍ମାଣ ସାମଗ୍ରୀ ନିଆଯାଇ ପାରିବ । ବିଏମସି ପରିସରରେ କେବଳ ନିର୍ମାଣ କାମ ଚାଲିପାରିବ ।

ସମ୍ବନ୍ଧିତ ଖବର