ଭୁବନେଶ୍ୱର : ଭୁବନେଶ୍ବରରେ କରୋନା ବଢ଼ିବାରେ ଲାଗିଛି। ଗତକାଲି ବିଏମ୍‌ସି ଅଞ୍ଚଳରୁ ୧୪୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଉପରେ ରୋକ୍‌ ଲଗାଇବା ପାଇଁ ବିଏମ୍‌ସି ‌ଆଜି ପୁଣି ୫ଟି ଜାଗାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଓ ୭ଟି ଜାଗାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିଛି।

Advertisment

କୋଳଥିଆ ବୃନ୍ଦାବନ ଗାର୍ଡେନ୍‌ ପ୍ଲଟ୍‌ ନଂ ୧୯, ଆଇଗିଣିଆ ଖଣ୍ଡଗିରି ପ୍ଲାଜା ପ୍ଳଟ୍‌ ନଂ ୧୩୬/୬୬୦, ଭରତପୁର ଗିରୀଶବିହାର ଲେନ୍‌-୧୦ ପ୍ଳଟ୍‌ ନଂ ଏ-୧, ଜାଗମରା ତୁଳସୀ ବିହାର ପ୍ଲଟ୍‌ ନଂ ୮୩, ୟୁନିଟ୍‌ ୯ ପ୍ଲଟ୍‌ ନଂ ୧୧୫୦, ୟୁନିଟ୍‌-୯ ଫ୍ଲାଟ୍‌ କ୍ବାର୍ଟର୍ସ ନଂ ଇ-୬୩/୨, ନ୍ୟୁ ଏଜି କଲୋନି ପ୍ଳଟ୍‌ ନଂ ୩୨୯, ବିଜେବି ନଗର ସୂର୍ଯ୍ୟ ଆପାର୍ଟମେଣ୍ଟ ଫ୍ଲାଟ୍‌ ନଂ ୪୦୪, ଉତ୍କଳ ରୟ‌ାଲ ରେସିଡେନ୍‌ସି ଫ୍ଲାଟ୍‌ ନଂ ଡି/୩୩କୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେହିଭଳି ନୀଳାଦ୍ରିବିହାର ପ୍ଳଟ୍‌ ନଂ ୪୩୯, ନୀଳାଦ୍ରିବିହାର ଲୁମ୍ବିନି ବିହାର ଏଚ୍‌ଆଇଜି ୧୩୮, ପଟିଆ ବଜରଙ୍ଗ ବିହାର ପ୍ଲଟ୍‌ ନଂ ୪୦୨/୩୫୨୧, ରଘୁନାଥପୁର ପ୍ଲଟ୍‌ ନଂ ୭୯, ପଟିଆ ନାଗେଶ୍ବର ରେସିଡେନ୍‌ସି ପ୍ଲଟ୍‌ ନଂ ଡି-୪୦୫, ନୀଳାଦ୍ରି ବିହାର ସେକ୍ଟର-୨ ୧୧୨/୧୧୩ ଓ ଚନ୍ଦ୍ରଶେଖରପୁର କାଞ୍ଚନଜଙ୍ଘା ଆପାର୍ଟମେଣ୍ଟ ଫ୍ଳାଟ୍‌-୧/୧କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ଅଞ୍ଚଳ ଭିତରକୁ କିମ୍ବା ବାହାରକୁ କାହାରିକୁ ଯିବାକୁ ଅନୁମତି ଦିଆଯାଇନାହିଁ। ଏଠାକୁ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଏମ୍‌ସିର ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।