ଖଣ୍ଡଗିରି: ମଙ୍ଗଳବାର ଭୋର ପ୍ରାୟ ସାଢ଼େ ୪ଟାରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ଓ ସୋମବାର ବିଳମ୍ବିତ ରାତିରେ ଜଟଣୀ-ତଳଖେତା ରୋଡ୍ରେ ଦୁଇଟି ପୃଥକ ଦୁର୍ଘଟଣା ଘଟିଛି। ଏହି ଦୁଇ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଇଂଜିନିୟରିଂ ଛାତ୍ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଜାତୀୟ ରାଜପଥରେ ମୃତ୍ୟୁବରଣ କରିଥିବା ଯୁବକ ହେଲେ ଖୋର୍ଧା ଜିଲ୍ଲା ବେଗୁନିଆ ଗଡ଼ମାଣିତ୍ରୀ ବାଲିବେରେଣୀ ଗାଁର ପୂର୍ଣଚନ୍ଦ୍ର ସୁନ୍ଦରରାୟଙ୍କ ପୁଅ ସଞ୍ଜୟ(୨୮) ଓ ଆହତ ଇଂଜିନିୟରିଂ ଛାତ୍ର ହେଲେ ଜାମ୍ସେଦ୍ପୁରର ଅଭିଜିତ୍ ପାଣ୍ଡେ। ସଂଜୟଙ୍କୁ ଏକ କାର୍ ଧକ୍କା ଦେବାରୁ ତାଙ୍କ ମୃତ୍ୟୁ ଘଟିଥିବାବେଳେ ଅଭିଜିତ୍ଙ୍କ ବାଇକ୍ ଗଛରେ ପିଟି ହୋଇଥିବା ଯାଁଳା ଫାଣ୍ଡି ପୁଲିସ ସୂଚନା ଦେଇଛି। ସୂଚନାନୁସାରେ ସଂଜୟ ଇନ୍ଫୋଭ୍ୟାଲି-୨ରେ ସିକ୍ୟୁରିଟି ଗାର୍ଡଭାବେ କାମ କରନ୍ତି। ଡ୍ୟୁଟି ସାରି ସେ ଭୋର୍ ପ୍ରାୟ ୪ଟାରେ ତାଙ୍କ ପଲ୍ସର ବାଇକ୍(ଓଆର୍୦୨ ବିଏମ୍-୪୬୦୮) ଯୋଗେ ଘରକୁ ଫେରୁଥିଲେ। ସେ ଯାଁଳା ତାଳଖେତା ଛକରୁ ଗଙ୍ଗପଡ଼ା ଦେଇ ଖୋର୍ଧା ଦିଗରେ ଯାଉଥିବାବେଳେ ଏକ କାର୍(ଓଆର୍୦୫ଏଟି-୧୯୭୭) ତାଙ୍କ ବାଇକ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସଂଜୟ ବାଇକ୍ ସହ ରାସ୍ତାରେ ପଡ଼ି ଯାଇଥିଲେ ଓ କାର୍ଟି ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ କାର୍ ଚାଳକ ଦ୍ରୁତବେଗରେ ଘଟଣାସ୍ଥଳରୁ ପଳାଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। କିଛି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ପାଇ ପୁଲିସ ଦୁର୍ଘଟଣା ଘଟାଇଥିବା କାର୍କୁ ଠାବ କରିଥିବା ଜଣାପଡ଼ିଛି। ଅନ୍ୟ ଦୁର୍ଘଟଣାଟି ଜଟଣୀ-ତଳଖେତା ରାସ୍ତାରେ ଗୋବିନ୍ଦପୁର ନିକଟରେ ଘଟିଛି। ଯାଁଳାରେ ମେସ୍ କରି ରହୁଥିବା ଏକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ର ଅଭିଜିତଙ୍କୁ ଦେଖା କରିବା ପାଇଁ ବଡ଼ଭାଇ ଜାମସେଦ୍ପୁରରୁ ଆସିଥିଲେ। ସେ ଗତକାଲି ତାଙ୍କ ବଡ଼ ଭାଇକୁ ଛାଡ଼ିବା ପାଇଁ ଖୋର୍ଧାରୋଡ୍ ଷ୍ଟେସନ୍କୁ ଯାଇଥିଲେ। ରାତି ପ୍ରାୟ ୧୧ଟାବେଳେ ଜଟଣୀରୁ ଯାଁଳା ଫେରୁଥିବାବେଳେ ଗୋବିନ୍ଦପୁର ନିକଟରେ ରାସ୍ତା କଡ଼ରେ ଗଛରେ ପିଟି ହୋଇ ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ଅଭିଜିତ୍ଙ୍କ ବନ୍ଧୁମାନେ ଏବେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।
ପୁଣି ୨ ଦୁର୍ଘଟଣା, ଜଣେ ମୃତ ଇଂଜିନିୟରିଂ ଛାତ୍ର ଗୁରୁତର
/sambad/media/post_attachments/wp-content/uploads/2019/05/accident-aa-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)