ଭୁବନେଶ୍ବର : ଗତ ୨୪ ଘଣ୍ଟାରେ ରାଜଧାନୀରୁ ୫୮୧ଜଣ ନୂଆ ଆକ୍ରାନ୍ତ ଚହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ୫୮୧ ଆକ୍ରାନ୍ତଙ୍କ ମଧ୍ୟରୁ ଝାରପଡ଼ାରେ ୧୬, ଖଣ୍ଡଗିରି ଓ ଲକ୍ଷ୍ମୀସାଗରରେ ୧୩, ବମିଖାଲରେ ୧୨, ଗାଡ଼କଣ ଓ ସିଆରପିଏଫ୍ କ୍ୟାମ୍ପସରେ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗତକାଲି ସୁସ୍ଥଙ୍କ ସଂଖ୍ୟା ୯୪ ଥିବା ବେଳେ ଆଜି ୧୦୪ ସୁସ୍ଥ ହୋଇଛନ୍ତି। କିନ୍ତୁ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ୁ ନଥିବାରୁ ସକ୍ରିୟଙ୍କ ସଂଖ୍ୟା ବଢ଼ୁଛି। ଗତକାଲି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୭ ରହିଥିଲା। ସୁସ୍ଥଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ଆଜି ୨୩୬୩ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ନିର୍ଦ୍ଦିଷ୍ଟ ଜାଗାରୁ ମାତ୍ରାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ନିୟମିତ ଭାବରେ ବିଏମ୍ସି କଣ୍ଟେନ୍ମେଣ୍ଟ ଜୋନ୍ କରୁଛି। ଗତକାଲି ୧୧ଟି ଜାଗାରେ ବିଏମ୍ସି କଣ୍ଟେନ୍ମେଣ୍ଟ ଜୋନ୍ କରିଥିବା ବେଳେ ଶନିବାର ଆଉ ୨୩ଟି ଜାଗାରେ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଇଛି। ଦ୍ରୁତ ଗତିରେ କରୋନା ବ୍ୟାପୁଥିବାରୁ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ଉପରେ ବିଏମ୍ସି ଗୁରୁତ୍ବ ଦେଇଥିବା ସୂଚନା ମିଳିଛି।
ଏକ୍ସଆଇଏମ୍ବି ହଷ୍ଟେଲ(ଷ୍ଟୁଡିଓ ଆପାର୍ଟମେଣ୍ଟ)ରୁ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଇଛି। ସେହିଭଳି ଗାଡ଼କଣ ନେତାଜୀ ସୁଭାଷ ଏନ୍କ୍ଲେଭ୍, ପଟିଆସ୍ଥିତ ଖାରବେଳ ଇଷ୍ଟଭ୍ୟୁ ଆପାର୍ଟମେଣ୍ଟ ଫ୍ଲାଟ୍ ନମ୍ବର ୧୧୮, ହଂସପାଳ ଲକ୍ଷ୍ମୀ ରେସିଡେନ୍ସି, କଳିଙ୍ଗନଗର ଭିପୁଲ ଗାର୍ଡେନ୍ ଟାୱାର-୧ ଫ୍ଲାଟ୍ ନଂ ୬୦୧, ଖଣ୍ଡଗିରିବାରିର ଅନ୍ନପୂର୍ଣ୍ଣା ଫାଇନାନ୍ସ, ପୋଖରୀପୁଟ୍ ବିଡିଏ କଲୋନିର ପ୍ଲଟ୍ ନଂ ଏମ୍ଆଇଜି-୭୮, ଜାଗମରା ସିଦ୍ଧିବିହାର ପ୍ଲଟ୍ ନଂ ବି-୨୨, ଗ୍ୟାଲାକ୍ସି ରେସିଡେନ୍ସି ଫ୍ଲାଟ୍ ନଂ ଜେ-୨୧୪, ସୂର୍ଯ୍ୟନଗର ପ୍ଲଟ୍ ନମ୍ବର ୨୩, ଉତ୍କଳ ଭିଲ୍ଲା ବ୍ଲକ୍ ବି ଫ୍ଲାଟ୍ ନଂ ୩୦୧, ବ୍ଲକ୍ ଡି ୩୦୧ ଓ ୪୦୧, ଲୁଇସ୍ ରୋଡ୍ ପ୍ରହଲ୍ଲାଦ ରେସିଡେନ୍ସି ପ୍ଲଟ୍ ନମ୍ବର ୨୬୪, ଟଙ୍କପାଣି ରୋଡ୍ ବ୍ରହ୍ମେଶ୍ବର ହାଟ ପଛ ପ୍ଲଟ୍ ନଂ ୩୮୮୯/୨, ନୂଆଗାଁ ମାଧବାଣୀ ଏନ୍କ୍ଲେଭ୍, ବ୍ରହ୍ମେଶ୍ବର ମନ୍ଦିର ପଛ ଏଚ୍ପି ଗ୍ୟାସ୍ ଗୋଦାମ ପାଖ ପ୍ଲଟ୍ ନଂ ୨୭୬୨, କୃଷ୍ଣକୁଞ୍ଜ ଆପାର୍ଟମେଣ୍ଟ ପାଖ ପ୍ଲଟ୍ ନଂ ୧୧୪୯, ବଡ଼ଗଡ଼ ବ୍ରିଟ୍ କଲୋନି ପ୍ଲଟ୍ ନଂ ଏମ୍ବି ୩୨, ଟଙ୍କପାଣି ରୋଡ୍ ତରୁ ଆପାର୍ଟମେଣ୍ଟ ପାଖ ପ୍ଲଟ୍ ନଂ ୭୨୨/୭୩୮ ଓ ପୁରୁଣା ଭୁବନେଶ୍ବର ଡାକବଙ୍ଗଳା ଛକ ପ୍ଲଟ୍ ନଂ ୧୦୮୭କୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ସେହିପରି ବିଳମ୍ବିତ ରାତିରେ ଶତାବ୍ଦି ନଗର ଲେନ୍ ୧୦ରେ ଥିବା ପ୍ଲଟ୍ ନମ୍ବର ୧୦୮୫/୩୬୭୦ ଓ ଷ୍ଟିୱାର୍ଟ ସ୍କୁଲ କ୍ୟାମ୍ପସରେ ଥିବା କ୍ବାର୍ଟର ନଂ ୨ଆର୨କୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।