ପୁଣି ଜଳୁଛି ଦାରୁଠେଙ୍ଗ ଡମ୍ପିଂୟାର୍ଡ

ବାରଙ୍ଗ: କିଛିଦିନ ତଳେ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗଠାରେ ଥିବା ଡମ୍ପିଂୟାର୍ଡରେ ନିଆଁ ଲାଗିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଦମକଳ ଗାଡ଼ି ଲଗାଇ ନିଅାଁକୁ ଆୟତ୍ତ କରାଯାଇଥିଲା। ଏବେ ପୁଣି ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏଥର ଗାଁରେ ଦୋଳ ମେଳଣ ଚାଲିଥିବାରୁ ଡମ୍ପିଂୟାର୍ଡ ଧୂଆଁ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ବେଳକୁ ବେଳ ନିଆଁ ବ୍ୟାପିବା ସହିତ ଭୟଙ୍କର ରୂପ ଧାରଣ କରୁଛି। ଦାରୁଠେଙ୍ଗ ସମେତ ଆଖପାଖ ଗାଁକୁ ଗରମ ପବନ ଓ ଦୁର୍ଗନ୍ଧ ଧୂଆଁ ବ୍ୟାପିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜଳୁଥିବା ନିଆଁକୁ ଲିଭାଇବା ପାଇଁ ପଦକ୍ଷେପ ନିଆଯାଇ ନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର