ଭୁବନେଶ୍ବର : ଭୁବନେଶ୍ବରରେ କରୋନା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତକାଲି ୭୧୦ଜଣ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ନ ବଢ଼ିବା ଲାଗି ଏକାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜାଗାରେ ବିଏମ୍ସି କଣ୍ଟେନ୍ମେଣ୍ଟ ଜୋନ୍ କରୁଛି। ସେହି କ୍ରମରେ ବୁଧବାର ୯ଟି ଜାଗାରେ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଇଛି।
ସହିଦନଗର ପ୍ଲଟ୍ ନମ୍ବର ୫୩୯, ଝାରପଡ଼ା ପ୍ଲଟ୍ ନମ୍ବର ବି-୩, ଲକ୍ଷ୍ମୀସାଗର ପ୍ଲଟ୍ ନମ୍ବର ୧୪୭, ପଳାଶପଲ୍ଲୀ ୧୫୭୭/୨୫୬୮, ଟଙ୍କପାଣି ରୋଡ୍ ଲେନ୍-୪, ଜୟଦେବ ବିହାର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟ, ଜୟଦେବ ବିହାର ପ୍ଳଟ୍ ନମ୍ବର ୭୩୭/୪, ସୂର୍ଯ୍ୟନଗର ପ୍ଲଟ୍ ନମ୍ବର ୮୬, ଖଣ୍ଡଗିରି ବୃନ୍ଦାବନ ଗାର୍ଡେନ ଫ୍ଲାଟ୍ ନମ୍ବର ୨୨୨କୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳ ଭିତରକୁ କିମ୍ବା ବାହାରକୁ କାହାରିକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଏଠାକୁ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ବିଏମ୍ସିର ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।