କଟକ: ଗତ କିଛିଦିନ ହେଲା କମିସନରେଟ୍ ପୁଲିସ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନକଲି ମସଲା ଓ ଘିଅ କାରଖାନା ଠାବ କରିବା ସହ ବିପୁଳ ପରିମାଣର ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ କରୁଥିବାବେଳେ ଆଜି ଜଗତପୁରରୁ ପୁଣି ଏକ ନକଲି ଘିଅ କାରଖାନା ଠାବ କରାଯାଇଛି। ଜଗତପୁର ନୂଆ ଶିଳ୍ପାଞ୍ଚଳରେ ଚାଲିଥିବା ଏହି ନକଲି କାରଖାନାରୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅପମିଶ୍ରିତ ସୁବାସ ଘିଅ, ଅନ୍ୟାନ୍ୟ ୧୦ଟି କମ୍ପାନିର ଖୋଳ, ଜରି, ଷ୍ଟିକର୍, କେମିକାଲ୍, ରଙ୍ଗ, କଞ୍ଚାମାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ପୁଲିସ ଚଢ଼ଉ କରି କାରଖାନାର ଦୁଇଜଣ କର୍ମଚାରୀଙ୍କୁ ଉଠାଇ ଆଣି ପଚରାଉଚରା କରୁଛି।
ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ କଟକ ଜୋନ-୧ ଏସିପି ଅମରେନ୍ଦ୍ର ପାଣ୍ଡାଙ୍କ ନେତୃତ୍ବରେ ଜଗତପୁର ଆଇଆଇସି ରବୀନ୍ଦ୍ର କୁମାର ମେହେର, ମାଲଗୋଦାମ ଥାନା ଆଇଆଇସି ରବିନାରାୟଣ ଭଞ୍ଜ, ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ସ୍ୱାସ୍ଥ୍ୟ ନୀରିକ୍ଷକ ଭଗବାନ ଲେଙ୍କା ଓ ପୁଲିସ ଟିମ୍ ଏହି ଚଢ଼ଉରେ ସାମିଲ ଥିଲେ। ସୂଚନାଯୋଗ୍ୟ, କଟକ କମିସନରେଟ୍ ପୁଲିସ ଗତ ୩ମାସ ମଧ୍ୟରେ ବିଭିନ୍ନ ନକଲି ଅପମିଶ୍ରିତ କାରଖାନାରେ ଚଢ଼ଉ କରିଛି। ମାଲଗୋଦାମ ଥାନା ଅଞ୍ଚଳରୁ ୭ଟି, ଚୌଦ୍ୱାର ଥାନା ଅଞ୍ଚଳରୁ ଗୋଟିଏ, କଟକ ସଦର ଥାନା ଅଞ୍ଚଳରୁ ଗୋଟିଏ, ବୟାଳିଶ ମୌଜା ଥାନା ଶ୍ରୀରାମନଗରରୁ ଗୋଟିଏ ଜଗତପୁର ଥାନା ଅଞ୍ଚଳରୁ ଗୋଟିଏ ମିଶାଇ ମୋଟ ୧୪ଟି କାରଖାନା ଉପରେ ଚଢ଼ାଉ କରି ପ୍ରାୟ ସାଢ଼େ ୪ କୋଟି ଟଙ୍କାର ସାମଗ୍ରୀ ଜବତ କରିବା ସହ ୧୬ଜଣଙ୍କୁ ଗିରଫ କରି ସାରିଥିବା ଜଣାପଡ଼ିଛି।
ପୁଣି ଏକ ଘିଅ କାରଖାନାରେ ଚଢ଼ଉ, କୋଟିଏ ଟଙ୍କାର ଅପମିଶ୍ରିତ ଘିଅ, କଞ୍ଚାମାଲ୍ ଜବତ
ଦୁଇ କର୍ମଚାରୀ ଅଟକ
/sambad/media/post_attachments/wp-content/uploads/2020/12/d654654654dgjdgjdgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)