ସୋସିଆଲ ମିଡିଆରେ ଭୁବନେଶ୍ୱର ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ

ପୁଣି ଚର୍ଚାରେ ଭାଇରାଲ ଭିଡିଓ

ଭୁବନେଶ୍ୱର: ବାରିପଦା ଓ କେନ୍ଦୁଝର ପରେ ଏବେ ରାଜଧାନୀର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୧ ମିନିଟ ୪୨ ସେକେଣ୍ଡର ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲ୍‌ ଡେଇଁବା ଆରମ୍ଭ କରିଛି। ଯୁବତୀଙ୍କ ସହିତ ଜଣେ ଯୁବକ ବିତାଇଥିବା କେତେକ ଅନ୍ତରଙ୍ଗ ମୁହୂର୍ତର ଦୃଶ୍ୟକୁ ମୋବାଇଲ୍‌ ଫୋନ୍‌ରେ ସୁଟିଂ କରି ସୋସିଆଲ ମିଡିଆରେ ଛାଡ଼ି ଦିଆ ଯାଇଥିବା ଜଣାପଡ଼ୁଛି।

ଯୁବତୀ ଜଣକ ରାଜଧାନୀର ଏକ ପ୍ରମୁଖ ସରକାରୀ କଲେଜର ପୂର୍ବତନ ଛାତ୍ରୀ ବୋଲି ତାଙ୍କ ଫେସବୁକ୍‌ ପୋଷ୍ଟର ପ୍ରୋଫାଇଲ୍‌ରେ ଉଲ୍ଲେଖ କରିଛନ୍ତି। ଭିଡିଓରେ ଯୁବତୀ ଜଣକ ଏକ ଘର ଭିତରେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ସମୟ ଅତିବାହିତ କରୁଛନ୍ତି। ଏହି ସମୟରେ ଯାହା ଯାହା ଘଟୁଛି ଯୁବତୀଙ୍କ ପୁରୁଷ ବନ୍ଧୁ ଜଣକ ନିଜ ମୋବାଇଲ୍‌ ଫୋନ୍‌ରେ ସୁଟିଂ କରି ନେଉଛନ୍ତି। ଅବଶ୍ୟ ଯୁବତୀଙ୍କ ଜାଣତରେ ଏହା ସୁଟିଂ କରାଯାଇଛି। କିନ୍ତୁ ଭିଡିଓରେ କେଉଁଠି ବି ଯୁବକଙ୍କ ମୁହଁ ଦେଖା ଯାଉନାହିଁ। ତେଣୁ ଏଭଳି ଭିଡିଓ ସୁଟିଂ ପଛରେ ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ଆଲୋଚନା ହେଉଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ମଧ୍ୟ ହୋଇ ନାହିଁ।

ଏଠାରେ ପ୍ରକାଶଥାଉକି, କିଛି ଦିନ ତଳେ ମଞ୍ଚେଶ୍ୱର ଥାନା ଅଧୀନ ଏକ ମେଡିକାଲ କଲେଜର ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ଅନେକ ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ପଛରେ ଥିବା ଅସାମାଜିକ ବ୍ୟକ୍ତିବିଶେଷଙ୍କୁ ଧରିବା ରାଜ୍ୟ ପୁଲିସର ସାଇବର ସେଲ୍‌ ପାଇଁ ଚ୍ୟାଲେଞ୍ଜରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର