ସଂଗୀତ ଭିଡିଓ ପୁଣି ହସିବ ଓଡ଼ିଶା !

ଭୁବନେଶ୍ବର: କରୋନା ସଂକ୍ରମଣର ଏ ଦୀର୍ଘଦିନର ଲଢ଼େଇ ଲୋକଙ୍କୁ ଆତଙ୍କିତ କରିଛି। କରୋନା ଯେତିକି ଜୀବନ ନେଉନାହିଁ, ଭୟ ତା’ଠୁ ଅଧିକ ସାଂଘାତିକ ହେଇଛି। ଏହି ପରିପ୍ରେକ୍ଷୀରେ ଭାଙ୍ଗି ପଡ଼ିଥିବା ଲୋକଙ୍କ ମନରେ ଆତ୍ମବିଶ୍ବାସ ଭରି ଦେବା ପାଇଁ ନିର୍ମିତ ହୋଇଛି ‘ପୁଣି ହସିବ ଓଡ଼ିଶା’। କ୍ରିଏଟିଭ ନିର୍ଦେଶକ ଭାବେ ଏହି ସଂଗୀତ ଭିଡିଓଟିକୁ ପ୍ରସ୍ତୁତ କରିଛନ୍ତି ଅବିନାଶ ନନ୍ଦ। ଗୀତିକାର ବସନ୍ତରାଜ ସାମଲ ଏହାର ଗୀତ ରଚନା କରିଥିବା ବ‌େଳେ ସଂଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ। ବିଶ୍ବଜିତ ଓ ଦୀପ୍ତିରେଖା ଗୀତଟିକୁ ଗାଇଥିବା ‌ବେଳେ ଭିଡିଓ ସମ୍ପାଦନା କରିଛନ୍ତି ବିଜୟ।

ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପୁରୀ ଗଜପତି, ଶଙ୍କରାଚାର୍ଯ୍ୟ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଦ୍ବୈତାରୀ ନାୟକ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଦୂତୀ ଚାନ୍ଦଙ୍କ ସମେତ ଅଭିନେତ୍ରୀ ମହାଶ୍ବେତା, ଅନୁ ଚୌଧୁରୀ, ଉଷସୀ ମିଶ୍ର, ଏଲିନା, ଶିବାନୀ, ଭୂମିକା, ପୁନବ, ଦେବଯାନୀ, ଅଭିନେତା ଅରିନ୍ଦମ, ମନୋଜ ମିଶ୍ର, ସ୍ବରାଜ, ସୁନୀଲ, ଶ୍ରୀତମ, ପାର୍ଥ, ସୋହମ, ଅସିତଙ୍କୁ ଦେଖିବାକୁ ମିଳିଛି। ନିର୍ଦେଶକ ଶ୍ରୀ ନନ୍ଦଙ୍କ କହିବା ମୁତାବକ, ସମସ୍ତେ ନିଜ ଘରେ ରହି ମୋବାଇଲ୍‌ରେ ନିଜର ‌ଭିଡିଓ ସେୟାର କରିଥିଲେ। ଏଥିପାଇଁ କେବଳ ସେମାନଙ୍କୁ କିଛି ଗାଇଡ୍‌ଲାଇନ ଅନୁକରଣ କରିବାକୁ କୁହାଯାଇଥିଲା। ଅନ୍ୟ ଭିଡିଓ କ୍ଲିପ୍‌ ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ଏହାକୁ ସମ୍ପାଦନା କରାଯାଇଛି।

ସମ୍ବନ୍ଧିତ ଖବର