ପୁଣି ବାରଣ୍ଡାରେ ଚାଲିଲା ଥାନା: ଆଗକୁ ଲାଗିବ ଅଭିଯୋଗ ବାକ୍ସ, ଅନଲାଇନରେ ହେବ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ଚିନ୍ତା ବଢ଼ାଇଲାଣି କରୋନା। ଗତବର୍ଷ ରାଜଧାନୀର ସବୁ ଥାନାର ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୁଣି ସଂକ୍ରମଣ ଭୟ ଦେଖା ଦେଇଛି। ଥାନାରୁ ଭିଡ଼ କମାଇବା ପାଇଁ କମିସନରେଟ ପୁଲିସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ଭଳି ଏବେ ଥାନା କାର୍ଯ୍ୟ ବାରଣ୍ଡାରେ ଚାଲିଛି। ଅଭିଯୋଗକାରୀଙ୍କ ସଂଖ୍ୟା କମାଇବା ସହ ଥାନା ଭିତରକୁ ନ ଯାଇ ଏହି କାମ କିପରି ବାହାରେ କରି ହେବ ସେଥିପାଇଁ ଯୋଜନା କରାଯାଇଛି। ଡିସିଓ(ଡାଏରୀ ଚାର୍ଜ ଅଫିସର) ବାରଣ୍ଡାରେ ବସୁଛନ୍ତି।

ଅଭିଯୋଗକାରୀମାନେ ଥାନା ବାରଣ୍ଡାରେ ଡିସିଓଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ସେହିପରି ଆଗକୁ ଥାନା ଫାଟକରେ ଅଭିଯୋଗ ବାକ୍ସ ଲଗାଯିବ। ଅଭିଯୋଗକାରୀମାନେ ସେହି ବାକ୍ସରେ ଅଭିଯୋଗ ପକାଇବେ। ନିୟମିତ ବ୍ୟବଧାନରେ ଅଭିଯୋଗକୁ ସଂଗ୍ରହ କରାଯିବ। ଥାନାକୁ ନ ଆସି ଅନଲାଇନ୍ ଯୋଗେ ମଧ୍ୟ ଅଧିକରୁ ଅଧିକ ଅଭିଯୋଗକାରୀମାନେ ଅଭିଯୋଗ କରିପାରିବେ ବୋଲି କହିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ସମ୍ବନ୍ଧିତ ଖବର