ରାଜଧାନୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ : କାହିଁକି ଅନେଇଲୁ କହି ହାଣିଦେଲେ

ଭୁବନେଶ୍ବର: ପୁଣି କମିସନରେଟ୍‌ ପୁଲିସକୁ ‌ଖୋଲା ଚାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ। କାହିଁକି ଅନେଇଲୁ ବୋଲି କହି ୫ ଜଣ ଯୁବକ ଜଣଙ୍କୁ କଟୁରୀରେ ହାଣି ପକାଇଛନ୍ତି। ସୋମବାର ଅପରାହ୍ନ ୩ଟା ବେଳେ ନୂଆପଲ୍ଲୀ ଅଞ୍ଚଳର ଗଡ଼ସାହିର ଏକ ଘରୋଇ ଲେଡିଜ୍‌ ହଷ୍ଟେଲ ସାମ୍ନାରେ ଏଭଳି ଏକ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଆହତଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଘର ମଞ୍ଚେଶ୍ବର ଅଞ୍ଚଳର ବୋଲି ଜଣାପଡ଼ିଛି। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ।

ପୂର୍ବରୁ ଡିସେମ୍ବର ୨୫ ତାରିଖରେ ମହର୍ଷି କଲେଜ୍‌ ରୋଡ୍‌ରେ ଦୁର୍ବୃତ୍ତମାନଙ୍କର ଆତଙ୍କ ରାଜ ହେଉ ବା ମାର୍କେଟ୍‌ ବିଲ୍ଡିଂରେ ଆତଙ୍କ ରାଜ ହେଉ ବା ଭବାନି ମଲ୍‌ରେ ଥିବା ଏକ ରେଷ୍ଟୁରାଣ୍ଟରେ ଆତଙ୍କ ରାଜ ହେଉ, ସବୁଥିରେ ଦୁର୍ବୃତ୍ତମାନେ ପୁଲିସକୁ ଚା‌ଲେଞ୍ଜ ଦେଲା ଭଳି କାମ କରିଛନ୍ତି। ଆଜି ଅପରାହ୍‌ଣରେ ଏଭଳି ଏକଘଟଣା ନୂଆପଲ୍ଲୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଆହତ ଜଣକ ଘରୋଇ ହଷ୍ଟେଲ ନିକଟରେ ଛିଡ଼ା ହୋଇ ତାଙ୍କ ଝିଆରୀ ସହ କଥା ହେଉଥିବା ବେଳେ ୪ ଜଣ ଯୁବକ ସେହି ରାସ୍ତା ଦେଇ ଯାଉଥିଲେ। ଆହତ ବ୍ୟକ୍ତି ତାଙ୍କୁ ଚାହିବାରୁ ସେମାନେ ଗାଡ଼ି ବୁଲାଇ ତାଙ୍କ ପାଖରେ ପହଞ୍ଚିଥିଲେ। କାହିଁକି ଅନେଇଲୁ ବୋଲି ପ୍ରଶ୍ନ କରିବା ସହ ଗାଳି ଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ସେମାନେ ଅଣ୍ଟାରେ ଖୋସିଥିବା ଏକ କଟୁରୀ‌ରେ ହାଣି ପକାଇଥିଲେ। ଆହତଙ୍କ ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର