ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ ନମ୍ବର ଖୁଆଡ଼ରେ ରହୁଥିବା ଆଉ ଏକ ପୁରୁଷ ଜଳହସ୍ତୀର ଆଜି ମୃତ୍ୟୁ ହୋଇଛି। ମୃତ ଜଳହସ୍ତୀଟିର ବୟସ ପ୍ରାୟ ୬ ବର୍ଷ ହେବ। ସେ ମରି ପୋଖରୀରେ ଭାସୁଥିବା ଦେଖି ତାକୁ କ୍ରେନ୍ ସାହାଯ୍ୟରେ ପାଣିରୁ କଢ଼ା ଯାଇଥିଲା। ତା’ ପେଟ ଭିତରେ ଗଭୀର କ୍ଷତ ହୋଇ ପଚିଯିବା କାରଣରୁ ତାର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ଶବଟିକୁ ପୋତି ଦିଆଯାଇଛି। ମିଳନ ପାଇଁ ପରସ୍ପର ମଧ୍ୟରେ ସଂଘର୍ଷ ଯୋଗୁଁ ଏହି ଜଳହସ୍ତୀର ପେଟରେ ପୂର୍ବରୁ ଗଭୀର କ୍ଷତ ହୋଇଥିବା ଅନୁମାନ କରାଯାଉଛି। ଅପରପକ୍ଷେ, ଏହି ଜଳହସ୍ତୀର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ମୋଟ ୧୪ଟି ଜଳହସ୍ତୀ ଅଛନ୍ତି। ତନ୍ମଧ୍ୟରେ ୮ଟି ମାଈ, ୪ଟି ପୁରୁଷ ଓ ୨ଟି ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକ ଅଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀଙ୍କ ସଂଖ୍ୟା ତୁଳନାରେ ଖୁଆଡ଼ ପରିସର ସଂକୀର୍ଣ୍ଣ ରହିଛି। ତେଣୁ ସବୁବେଳେ ସେମାନଙ୍କ ମଧ୍ୟରେ ଖାଦ୍ୟ ଓ ମିଳନ ପାଇଁ ସଂଘର୍ଷ ଘଟୁଥିବା ଦେଖିବାକୁ ମିଳୁଛି। ପରସ୍ପର ସଂଘର୍ଷରେ ଗତ ସାଢ଼େ ୪ ମାସ ମଧ୍ୟରେ ୪ଟି ପୁରୁଷ ଜଳହସ୍ତୀଙ୍କ ମୃତ୍ୟୁ ଘଟିସାରିଛି। ଗତ ମାର୍ଚ୍ଚ ୨୯, ଅପ୍ରେଲ ୫, ଜୁନ୍ ୫ ଓ ଆଜି (ମଙ୍ଗଳବାର) ଗୋଟିଏ ପୁରୁଷ ଜଳହସ୍ତୀର ମୃତ୍ୟୁ ହୋଇଛି। ଜଳହସ୍ତୀ ଭଳି ବିଶାଳକାୟ ଜୀବ। ଅଧିକ ସମୟ ପାଣିରେ ସଂଘବଦ୍ଧ ଭାବେ ରହୁଥିବାରୁ ଆହତ ହେଲେ ସେମାନଙ୍କ ଚିକିତ୍ସା କରିବା ସମ୍ଭବ ହୋଇପାରୁନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଜଳହସ୍ତୀ ପ୍ରଜନନ ରୋକିବା ସମ୍ଭବ ହୋଇପାରୁନଥିବାରୁ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଦେଶର ଅନ୍ୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ମଧ୍ୟ ଏଠାରୁ ଜଳହସ୍ତୀ ନେବାକୁ ଆଗ୍ରହ ପ୍ରକାଶ ନ କରିବା ଅନ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେଲାଣି। ଅପରପକ୍ଷେ ନନ୍ଦନକାନନର ବାଲି ହରିଣ ଘରେ ଆଜି ଏକ ଶାବକ ଜନ୍ମଲାଭ କରିଛି। ମୋଟ ବାଲି ହରିଣ ସଂଖ୍ୟା ୩୬କୁ ବୃଦ୍ଧି ହୋଇଛି।
ଆଉ ଏକ ଜଳହସ୍ତୀ ମୃତ
ସାଢ଼େ ୪ ମାସରେ ମଲେଣି ୪
/sambad/media/post_attachments/wp-content/uploads/2018/08/barang-jalahasti.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)