ନିଯୁକ୍ତି ଦାବିରେ ବିକ୍ଷୋଭ

ଭୁବନେଶ୍ବର: ଭଦ୍ରକରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗର କ୍ରିଉ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳୁନାହିଁ। ଏହାକୁ ନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଅଫ୍‌ ସେଣ୍ଟ୍ରାଲ ଟ୍ରେଡ୍‌ ୟୁନିୟନ୍‌(ଏଆଇସିସିଟିୟୁ) ପକ୍ଷରୁ ପିଏମ୍‌ଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏଥିରେ କ୍ରିଉ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା, ଅଣ ତାଲିମପ୍ରାପ୍ତ ଯୁବକ/ଯୁବତୀଙ୍କୁ ବୋଟ୍‌ ସର୍ଭିସ୍‌ରେ ନିଯୁକ୍ତି ବନ୍ଦ କରିବା ଓ ବିଭିନ୍ନ ବନ୍ଦରମାନଙ୍କରେ ତାଲିମପ୍ରାପ୍ତ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦାବି କରାଯାଇଛି। ସଙ୍ଗଠନ ସମ୍ପାଦକ ମହେନ୍ଦ୍ର ପରିଡ଼ା କହିଛନ୍ତି ଯେ ସରକାରଙ୍କ ବିଭିନ୍ନ ବନ୍ଦର, ମତ୍ସ୍ୟ, ରାଜସ୍ବ ବିଭାଗ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ‌ପୁଲିସ ଓ ଅଗ୍ନିଶମ ବିଭାଗରେ ଅନେକ ପଦ ଖାଲି ପଡ଼ିଥିଲେ ହେଁ ଏହି ସଂସ୍ଥାରୁ ପାସ୍‌ କରୁଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦିଆଯାଉନାହିଁ। ସରକାର ତୁରନ୍ତ ଏ ସମ୍ପର୍କରେ ବିଚାର ନକଲେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର