ବାଲିଅନ୍ତା: ଜଣେ ବିବାହିତା ମହିଳାଙ୍କୁ ହତ୍ୟା ଘଟଣାରେ ପୁଲିସ ନ୍ୟାୟ ଦେଉ ନ ଥିବା ଅଭିଯୋଗରେ ଆଜି ଥାନାରେ ଆଗରେ ପ୍ରତିବାଦ ଦେଖିବାକୁ ମିଳିଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଆଗରେ ଝାଡ଼ଖଣ୍ଡ ଷଢ଼େଇଖଳା ଖରସୁଆଁର ଶତାଧିକ ଲୋକ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବାର ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ, ୨୦୧୨ ମସିହାରେ ଝାଡ଼ଖଣ୍ଡ ଷଢେଇକଳାର ସୀମା ସାହୁ ବାଲିଅନ୍ତା ଥାନା ଅନ୍ତର୍ଗତ ରଙ୍ଗବଜାର ଅଞ୍ଚଳର ଆକାଶ ମହାରଣାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ୮ ବର୍ଷର ପୁଅ ଅଛି। ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଆକାଶ ସବୁବେଳେ ସୀମାଙ୍କୁ ମାରପିଟ କରିବା ସହ ଯୌତୁକ ନିର୍ଯାତନା ଦେଉଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଥିଲେ।
/sambad/media/post_attachments/wp-content/uploads/2022/10/67dd92c2-ed7d-4ee0-b26a-33e292cf2b20.jpg)
ସେପ୍ଟେମ୍ବର ୨୪ ତାରିଖରେ ଶାଶୁ ଘରୁ ଝୁଲନ୍ତା ଅବସ୍ଥାରେ ସୀମାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୀମାଙ୍କ ଶାଶୁ ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଥିବା ବେଳେ ବାପ ଘର ଲୋକେ ଏହାକୁ ହତ୍ୟା ବୋଲି କହିଛନ୍ତି। ଏନେଇ ସୀମାଙ୍କ ବାପଘର ଲୋକେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ। ମାତ୍ର ମାମଲା ରୁଜୁ ହେବାର ମାସେ ବିତିଯାଇଥିଲେ ବି ପୁଲିସ୍ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ବିବାହ କରିଥିବା ଯୁବତୀ ବିଚ୍ଛିନାଞ୍ଚଳର ଝିଅ ହୋଇଥିବାରୁ ପୁଲିସ ନ୍ୟାୟ ଦେଉ ନ ଥିବା ଅଭିଯୋଗ ଆଣି ଆଜି ଝାଡ଼ଖଣ୍ଡ ଷଢ଼େଇଖଳା ଖରସୁଆଁର ଶତାଧିକ ଲୋକ ପ୍ରତିବାଦ କରିବା ସହ ଅଭିଯୁକ୍ତ ସ୍ବାମୀ, ଶ୍ବଶୁର ଓ ନଣନ୍ଦଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/254ab138-efb1-411e-872f-29d99e48dbd2.jpg)