ଭୁବନେଶ୍ବର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ, ରାଜ୍ୟ ସରକାର ତୁରନ୍ତ ବର୍ଦ୍ଧିତ ବସ୍ ଭଡ଼ା ପ୍ରତ୍ୟାହାର, ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା, ୨୦୦ୟୁନିଟ୍ ଦେୟମୁକ୍ତ ବିଜୁଳି ପ୍ରଦାନ, ପଞ୍ଜାବ ସରକାରଙ୍କ ପରି ରାଜ୍ୟ ସରକାର ଫସଲ ଉତ୍ପାଦନକୁ ଉତ୍ସାହିତ କରିବା ଦାବିରେ ଆମ୍ ଆଦମୀ ପାର୍ଟି ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଦଳର ଅଭିଯୋଗ ଅନୁଯାୟୀ, ସାରା ଦେଶରେ ମୁଦ୍ରାସ୍ଫିତି ବଢ଼ିବା ହେତୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଯାଇଛି। ମୋଦି ସରକାରଙ୍କ ବିଫଳ ଆର୍ଥିକ ନୀତି ପାଇଁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ରେଳ ଭଡ଼ା ତଥା ଔଷଧ ଆଦି ପ୍ରତ୍ୟେକ ଜିନିଷର ଦର ବୃଦ୍ଧି ହୋଇଛି। ଗ୍ୟାସ ସିଲିଣ୍ଡର ୨୦୨୦ ମସିହାରେ ୫୮୧ ଟଙ୍କାରେ ମିଳୁଥିବା ବେଳେ ଏବେ ୧୦୨୯ ଟଙ୍କାରେ ପହଞ୍ଚିଛି। ସେହିପରି ୨୦୨୦ରେ ପେଟ୍ରୋଲ ୭୦ଟଙ୍କା ଥିବା ବେଳେ ଏବେ ୧୦୩.୧୯ ଟଙ୍କା ଏବଂ ଡିଜେଲ ୯୪.୭୫ ଟଙ୍କାରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ବିଫଳତା ସହ ନବୀନ ସରକାରଙ୍କ ଅପାରଗ ଶାସନ ନୀତି ସାଧାରଣ ଲୋକଙ୍କୁ ଦରବୃଦ୍ଧିର ଯନ୍ତାରେ ପକାଇଛି। ସେହିପରି ଶକ୍ତି ମନ୍ତ୍ରୀ ବିଦ୍ୟୁତ୍ ଦର କମାଇବା ପାଇଁ ପ୍ରତିଶ୍ରୁତି ଦେଇ ମଧ୍ୟ ରଖିନାହାନ୍ତି ବୋଲି ଦଳ ଅଭିଯୋଗ କରିଛନ୍ତି। ଖାଇବା ତେଲ ଦର ୧୮ ପ୍ରତିଶତ, ପନିପରିବା ଦର ୧୧ ପ୍ରତିଶତ, ମାଂସ ଦର ୯.୬୩ ପ୍ରତିଶତ ବଢ଼ିଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ସରକାର ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/51-9.jpg)
