ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ବର: ଘନ ଘନ ବିଦ୍ୟୁତ କାଟ ଓ ବିଦ୍ୟୁତ ବିଲ୍‌ରେ ଠକେଇ କରିବା ଅଭିଯୋଗରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ପାୱାର ହାଉସସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଜିଲ୍ଲା ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ ନେତୃବୃନ୍ଦ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ କମ୍ପାନିର ସିଇଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଓଇଆରସିଙ୍କ ନିର୍ଦ୍ଦେଶ ସତ୍ତ୍ବେ ଟାଟା ପାୱାର ଯେଉଁ ୨୭୨୭ କୋଟି ଟଙ୍କା ଆଦାୟ କରିଛନ୍ତି ତାହାକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ଗ୍ରାହକଙ୍କୁ ଫେରା ଯାଉନାହିଁ କାହିଁକି? ସର୍ବନିମ୍ନ ମାସିକ ଆଦାୟ(ଏମ୍‌ଏଫ୍‌ସି) ପ୍ରକୃତ ବ୍ୟବହାର ହୋଇଥିବା ବିଦ୍ୟୁତ ୟୁନିଟ୍‌ଠାରୁ ଅଧିକ ବର୍ଷ ବର୍ଷ ଧରି ଆଦାୟ କରାଯାଉଛି। ଜାଣିଶୁଣି ପ୍ରତି ମାସରେ ଟାଟା ପାୱାର ଓଡ଼ିଶାରୁ ୩୫-୪୦ କୋଟି ଟଙ୍କା ଚଞ୍ଚକତା କରି ଆଦାୟ କରୁଥିବା ବେଳେ ରାଜ୍ୟ ସରକାର ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି।

କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶିବାନନ୍ଦ ରାୟ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ଆଲୋକ ଲେଙ୍କା, ସୁବ୍ରତ ମହାପାତ୍ର, ଶ୍ରୀନିବାସ ରାଉତରାୟ, ମିହିର ଆଚାର୍ଯ୍ୟ, ରଜନୀ ମହାନ୍ତି, ଅଶୋକ ଦାସ, ତରୁଣ ମିଶ୍ର, ୟାସିର ନୱାଜ, ରଣଜିତ ପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଣତି ମିଶ୍ର, ରଶ୍ମି ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ପୁଷ୍ପିତା ଦାସ, ଜୟଶ୍ରୀ ପାତ୍ର, ପ୍ରଭାତ ପ୍ରତାପ ସିଂ, ପ୍ରସନ୍ନ ନାୟକ, ଦେବରାଜ ମିଶ୍ର, ମୋହନ ଜେନା ଓ ଅକ୍ଷୟ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର