ଓଟିଡିସି ସିକ୍ୟୁରିଟିଙ୍କ ଧାରଣା

ଭୁବନେଶ୍ୱର: ବକେୟା ଦରମା ଦାବିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ରେ ବିଭିନ୍ନ ପ୍ରୋଜେକ୍ଟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଭୁବନେଶ୍ବର ଓଟିଡିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନଙ୍କ ଦାବି ଅନୁସାରେ, ଗତ ଫେବ୍ରୁଆରି ମାସରୁ ଏପର୍ଯ୍ୟନ୍ତ ସେମାନଙ୍କ ଦରମା ମିଳିନାହିଁ। ଏ ସମ୍ପର୍କରେ ସେମାନେ ଓଟିଡିସିର ନିର୍ଦ୍ଦେଶକ, ଜେନେରାଲ୍ ମ୍ୟାନେଜର, କମ୍ପାନି ସେକ୍ରେଟାରି ଏବଂ ସୁପରିଟେଣ୍ଡିଂ ଇଞ୍ଜିନିୟରଙ୍କୁ ଜଣାଇଥିଲେ ବି କେହି ଅଭିଯୋଗ ଶୁଣୁ ନାହାନ୍ତି।

ବରଂ ଧାରଣାରେ ବସିଲେ ଉପରିସ୍ଥ ଅଧିକାରୀମାନେ ସେମାନଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ଦିନରାତି ଧାରଣାରେ ବସିବେ ବୋଲି ସେମାନେ କହିଛନ୍ତି। ଧାରଣାରେ ବ୍ରହ୍ମାନନ୍ଦ ନାୟକ, ବନମାଳୀ ସ୍ବାଇଁ, ଉମେଶ କୁମାର ସାହୁ, ପଙ୍କଜ ପ୍ରଧାନ, ଅକ୍ଷୟ କୁମାର ନାୟକ, ସନ୍ତୋଷ ମହାନ୍ତି, ଦିଲ୍ଲୀପ କୁମାର ପାତ୍ର, ପ୍ରମୋଦ କୁମାର ଦାସ, ତପନ କୁମାର ଡାକୁଆ, ଦୁଃଶାସନ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର