କଳିଙ୍ଗ ହସ୍‌ପିଟାଲ ଓ ଓକେସିଏଲ୍‌ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଗତ ଜୁନ୍‌ ୪ ତାରିଖ ବୁଧବାର ଦିନ ଓକେସିଏଲ୍‌ର ଜୟଦେବ ବିହାରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ନେଇ କଳିଙ୍ଗ ହସ୍‌ପିଟାଲ ଓ ଓକେସିଏଲ୍‌ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଓକେସିଏଲ୍‌ ସହ ଜଡ଼ିତ ୫୦୬ ସ୍ୱୀକୃତିପ୍ରାପ୍ତ କେନ୍ଦ୍ର ଓ ଓଏସ୍‌-ସିଆଟି ପାଠ୍ୟକ୍ରମରେ ପଞ୍ଜୀକରଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନେ କଳିଙ୍ଗ ହସ୍‌ପିଟାଲ୍‌ରୁ ରିହାତି ମୂଲ୍ୟରେ ସ୍ୱାସ୍ଥ୍ୟସେବା ପାଇପାରିବେ। କଳିଙ୍ଗ ହସ୍‌ପିଟାଲ ପକ୍ଷରୁ ଡ. ଆଲୋକ ଲୋଧ ଏବଂ ଓକେସିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ପୁଥାଳ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। କାର୍ଯ୍ୟକ୍ରମରେ କଳିଙ୍ଗ ହସ୍‌ପିଟାଲର ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟ ଡ. ପାର୍ଥସାରଥୀ ଗୋସ୍ୱାମୀ, ମୁଖ୍ୟ ଅର୍ଥ ଅଧିକାରୀ ସନ୍ଦୀପ ସାହୁ, କମ୍ପାନି ସେକ୍ରେଟାରି ହରପ୍ରସାଦ ରାଉତ, କ୍ୱାଲିଟି ମୁଖ୍ୟ ପ୍ରୀତିଶ ତ୍ରିପାଠୀ, ସିନିୟର ମ୍ୟାନେଜର୍‌ (ମାର୍କେଟିଂ) ରଶ୍ମିରଞ୍ଜନ ସେନ୍‌, ଆଇଟି ମ୍ୟାନେଜର ମହେନ୍ଦ୍ର ପ୍ରଧାନ, କମ୍ୟୁନିଟି କନେକ୍ଟ ମୁଖ୍ୟ ଶରଦ୍‌ ପ୍ରସାଦ ରାଜଗୁରୁ, ଓକେସିଏଲ୍‌ର ମୁଖ୍ୟ ଅର୍ଥ ଅଧିକାରୀ ବିବି ନାୟକ, କମ୍ପାନି ସେକ୍ରେଟାରି ସସ୍ମିତା ପଣ୍ଡା, ସାଧାରଣ ପରିଚାଳକ ଏଚ୍‌ଆର୍‌ଙ୍କ ସମେତ ଓକେସିଏଲ୍‌ର ସମସ୍ତ ପ୍ରୋଗ୍ରାମ ମ୍ୟାନେଜର, ସିନିୟର୍‌ ମ୍ୟାନେଜର୍‌ ଏବଂ ରିଜିଓନାଲ ମ୍ୟାନେଜର୍‌ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର