ଜଳିଗଲା କୃଷି ସାମଗ୍ରୀ ଦୋକାନ

ବାରଙ୍ଗ/ତ୍ରିଶୁଳିଆ : ଗତକାଲି ବିଳମ୍ବିତ ରାତିରେ ନନ୍ଦନକାନନ ଥାନା ଅଧୀନ ଗଣ୍ଡରପୁର ସ୍କୁଲ ନିକଟରେ ଥିବା ଏକ କୃଷି ସାମଗ୍ରୀ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୭୦ ହଜାର ଟଙ୍କାର ସାର, ବିଭିନ୍ନ ପ୍ରକାର ମଞ୍ଜି ଓ କୀଟନାଶକ ଔଷଧ ପୋଡ଼ି ପାଉଁଶ ହୋଇଛି। କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରି ମାଲିକ ବଂଶୀଧର ରାଉତ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ କରିଛି। କିନ୍ତୁ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ବଂଶୀଧରଙ୍କ ଅଭିଯୋଗ ଅନୁସାରେ ସବୁ ଦିନ ଭଳି ଗତ ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ। ସକାଳେ ଦୋକାନ ଖୋଲିବାକୁ ଆସିବାବେଳକୁ ସବୁ ପୋଡ଼ି ଛାରଖାର ହୋଇଯାଇଥିବା ଦେଖିଥିଲେ। କେହି ଦୁର୍ବୃତ୍ତ ଦୋକାନରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ସେ ସନ୍ଦେହ କରୁଛନ୍ତି ବୋଲି ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର