ଓୟୁଏଟିରେ ଖୋଲିଲା ଜୈବ ନିୟନ୍ତ୍ରଣ କେନ୍ଦ୍ର

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ପରିସରସ୍ଥ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ନିକଟ ଅର୍ଚାଡ୍‌ କୃଷି ଫାର୍ମରେ ଉଦ୍ୟାନ ବିଜ୍ଞାନ ପରୀକ୍ଷାଗାର ଉଦ୍‌ଘାଟିତ ହୋଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆସିଏଏଆର୍‌)ର ଆର୍ଥିକ ଅନୁଦାନରେ ଏହା ନିର୍ମିତ ହୋଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହାକୁ ଉଦ୍‌ଘାଟନ କରିଛନ୍ତି। ଉଚ୍ଚଜ୍ଞାନ କୌଶଳରେ ନିର୍ମିତ ଏହି ପରୀକ୍ଷାଗାର ଛାତ୍ରଛାତ୍ରୀଙ୍କ ପ୍ରୟୋଗାତ୍ମକ ଜ୍ଞାନ ଆହରଣ କ୍ଷେତ୍ରରେ ସହଯୋଗ କରିବ ବୋଲି ପ୍ର‌ଫେସର ପଶୁପାଳକ କହିଛନ୍ତି।

ଏଥିସହ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଆର୍ଥିକ ସହାୟତାରେ ନିର୍ମିତ ‘ଜୈବ ନିୟନ୍ତ୍ରଣ କେନ୍ଦ୍ର’ ଲୋକାର୍ପିତ ହୋଇଛି। ଏହି ଅବସରରେ ଶିକ୍ଷାବିତ୍‌ ନମିତା ପଶୁପାଳକ, ବିଭାଗୀୟ ମୁଖ୍ୟ ପ୍ରଫେସର ଉଦ୍ୟାନବିତ୍‌ ଶଶୀକଳା ବେଉରା, ପ୍ରଫେସର ଦିଲ୍ଲୀପ ଦାସ ଏବଂ ପ୍ରଫେସର ଗୌରୀଶଙ୍କର ସାହୁଙ୍କ ସମେତ ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଜୈବ ନିୟନ୍ତ୍ରଣ କେନ୍ଦ୍ର ଟ୍ରଇକେଡର୍ମା ଉତ୍ପାଦନ କରି କୃଷକମାନଙ୍କୁ ଯୋଗାଇ ଦେବାରେ ସହଯୋଗ କରିବ ବୋଲି ଦେବପ୍ରସାଦ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର