ଆହାର କେନ୍ଦ୍ର ଖୋଲିବାକୁ ମାସେ ଲାଗିବ

ଭୁବନେଶ୍ବର : ଭୁବନେଶ୍ବରରେ ୧୧ଟି ଆହାର କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ୫ ଟଙ୍କାରେ ଭାତ ଡାଲମା ପ୍ରଦାନ କରାଯାଉଥିଲା। ହେଲେ ବାତ୍ୟା ଦିନଠାରୁ ଆହାର କେନ୍ଦ୍ରରେ ତାଲା ଝୁଲୁଛି। ବହୁ ଲୋକ ଖାଇବାକୁ ଆସୁଥିଲେ ହେଁ ଫେରି ଯାଉଛନ୍ତି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ କେତୋଟି ସ୍ଥାନରେ ଆହାର କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାକୁ ଖାଦ୍ୟ ଯୋଗାଉ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନର କେନ୍ଦ୍ରୀୟ ରୋଷଘର ଭା‌ଙ୍ଗି ଯାଇଛି। ଏହାକୁ ପୁନରୁଦ୍ଧାର କରିବାକୁ ପ୍ରାୟ ଏକ ମାସ ଲାଗିଯିବ। ତେଣୁ ବର୍ତ୍ତମାନର ସ୍ଥିତି ଯାହା, ମାସକ ପରେ ଆହାର କେନ୍ଦ୍ର ଖୋଲିବ।

ସମ୍ବନ୍ଧିତ ଖବର