ପୁରୁଣା ଭୁବନେଶ୍ୱର: ନିଖିଳ ଓଡ଼ିଶା ତୃତୀୟ ଲିଙ୍ଗ ଉନ୍ନୟନ ସମିତି, ସଖା ଓ ବିଏମ୍‌ସି କର୍ମଚାରୀ, ଅମ୍ବିକା ଫାଉଣ୍ଡେସନ୍‌, କାପୋକ୍‌, ୱାରିସ୍‌ ଫାଉଣ୍ଡେସନ୍‌, ଦେବଂଶ ଫାଉଣ୍ଡେସନ୍‌, ଲାୟନ୍‌ସ କ୍ଲବ, ଶ୍ୱେତା ପାରେଖ, ମା’ ମଙ୍ଗଳା ସର୍ଭିିସର ମିଳିତ ଅନୁକୂଲ୍ୟରେ ଏଡ୍‌ସ ସଚେତନତା କରାଯାଇଥିଲା। ସ୍ଥାନୀୟ ବିଏମ୍‌ସି ହସ୍ପିଟାଲଠାରୁ ଏକ ମହମବତି ଶୋଭାଯାତ୍ରା ବାହାରି ଲିଙ୍ଗରାଜ ମନ୍ଦିର ଚାରିପାଖେ ପରିକ୍ରମା କରିଥିଲା। ମାଇଁ ହେଲ୍‌ଥ ମାଇଁ ଲାଇଫ୍‌ ସ୍ଲୋଗାନ୍‌ରେ ଏଡସ୍‌ ସଚେତନତା ରହିବା ପାଇଁ କୁହାଯାଇଥିଲା। ଏଥିରେ ଓସାକ୍‌ସର ପ୍ରକଳ୍ପ ନିର୍ଦେଶକ ଅଜିତ ମିଶ୍ର, ଡ. ସଞ୍ଜୟ ରାୟ, ଲୋରା ମହାପାତ୍ର, ମୀରା ପରିଡ଼ା, ସାଧନା ମିଶ୍ରଙ୍କ ସମେତ ବହୁ କିନ୍ନର ଯୋଗ ଦେଇଥିଲେ।