ଏମ୍‌ସରେ ଆଡ୍‌ଭାନ୍‌ସଡ୍‌ ଲାପ୍ରୋସ୍କୋପିକ୍‌ ତାଲିମ୍‌ କେନ୍ଦ୍ର

ଖଣ୍ତଗିରି: ଭୁବନେଶ୍ବର ଏମ୍‌ସରେ ଆଡ୍‌ଭାନ୍‌ସଡ୍‌ ଲାପ୍ରୋସ୍କୋପିକ୍‌ ଟ୍ରେନି˚ ସେଣ୍ଟର୍‌ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ସମସ୍ତ ମେଡିକାଲ କଲେଜରେ ଅଧୢୟନରତ ଶଲ୍ୟ ବିଭାଗର ପିଜି ଛାତ୍ରଛାତ୍ରୀମାନେ ଏଠାରେ ତାଲିମ୍‌ ନେବାର ସୁଯୋଗ ପାଇବେ। ଏଭଳି ତାଲିମ୍‌ କେନ୍ଦ୍ର ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ବିଭାଗୀୟ ମୁଖ୍ୟ ପ୍ରଫେସର ମାନସ ର˚ଜନ ସାହୁଙ୍କୁ ପ୍ରତ୍ୟକ୍ଷ ତ୍ବାତ୍ତ୍ବାବଧାନରେ ଏମ୍‌ସର ଅଭିଜ୍ଞ ଶଲ୍ୟ ବିଶେଷଜ୍ଞମାନେ ଏହି ତାଲିମ୍‌ କେନ୍ଦ୍ରରେ ପିଜି ଛାତ୍ରମାନଙ୍କୁ ଉଚ୍ଚମାନର ତାଲିମ୍‌ ପ୍ରଦାନ କରିବେ। ଯେଉଁ ସମସ୍ତ ଶଲ୍ୟ ଚିକିତ୍ସା ଲାପ୍ରୋସ୍କୋପିକ୍‌ ସର୍ଜରିରେ ସମ୍ଭବ ହେଉଛି, ସେ ବାବଦରେ ଗୁଣାତ୍ମକ ତାଲିମ୍‌ ପ୍ରଦାନ କରିବା ଏହି କେନ୍ଦ୍ରର ମୂଳଲକ୍ଷ୍ୟ। ଫଳରେ ଓଡ଼ିଶାରେ ପଢ଼ୁଥିବା ଶଲ୍ୟ ବିଭାଗର ପିଜି ଛାତ୍ରମାନେ ଏଠାରୁ ତାଲିମ୍‌ ଗ୍ରହଣ କରିବା ପରେ ଓଡ଼ିଶାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବାରେ ସଫଳ ହେବେ ବୋଲି ଉଦ୍‌ଘାଟନ ଅବସରରେ ନିର୍ଦେଶିକା ଗୀତାଞ୍ଜଳି ବାତ୍ମାବାନେଁ କହିଥିଲେ। ଏହି ଅବସରରେ ଏମ୍‌ସର ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ଡିନ୍‌ ଡ. ବିକାଶ ଭାଟିଆ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଏମ୍‌ସ ପାଇଁ ଏହି ତାଲିମ୍‌ କେନ୍ଦ୍ର ଏକ ମାଇଲ୍‌ ଖୁଣ୍ଟ ଓ ବଡ଼ ଉପଲବ୍‌ଧି ବୋଲି କହିଥିଲେ।

ସମ୍ବନ୍ଧିତ ଖବର