ଏମ୍ସ ଫାକଲ୍‌ଟି ଆସୋସିଏସନ ନିର୍ବାଚନ, ଶିଶୁ ରୋଗ ବିଶେଷଜ୍ଞ ଯୋଶେଫ ଜନ୍‌ ସଭାପତି

ଭୁବନେଶ୍ବର: ଏମ୍ସ ଫାକଲ୍‌ଟି ଆସୋସିଏସନ ନିର୍ବାଚନ କଡ଼ା ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ପଦ ପାଇଁ ତ୍ରିମୁଖୀ, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ପାଇଁ ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ୬ ଜଣିଆ କାର୍ଯ୍ୟକାରୀ କମିଟି ପାଇଁ ୧୨ ଜଣ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସଭାପତି ପଦରେ ଶିଶୁ ରୋଗ ବିଭାଗ ବିଶେଷଜ୍ଞ ଯୋଶେଫ ଜନ୍‌ ୧୦୭ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ତାଙ୍କ ଦୁଇ ପ୍ରତିଦ୍ବନ୍ଦ୍ବୀ ୯୯ ଏବଂ ୧୫ଟି ଭୋଟ ପାଇଥିଲେ। ୧୧୬ଟି ଭୋଟ ପାଇଥିବା କମ୍ୟୁନିଟି ମେଡିସିନ ବିଭାଗ ଡାକ୍ତର ବିନୋଦ ପାତ୍ର ଉପ ସଭାପତି, ୧୨୬ ଭୋଟ ପାଇ ନ୍ୟୁରୋ ସର୍ଜନ ଡାକ୍ତର ଚିନ୍ମୟ ଦାସ ସମ୍ପାଦକ, ୧୨୮ ଭୋଟ ପାଇଥିବା ସର୍ଜରି ବିଭାଗର ଡାକ୍ତର ପ୍ରକାଶ ସାସମଲ ଯୁଗ୍ମ ସଚିବ ଏବଂ ୧୨୧ ଭୋଟ ପାଇଥିବା ସିଟିଭିଏମସ ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରୀ କମିଟିରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପୃଥ୍ବୀରାଜ ସେଠୀ, ଶିଶୁ ଶଲ୍ୟ ବିଭାଗର ଡାକ୍ତର କନିଷ୍କ ଦାସ, ମାଇକ୍ରୋବାୟୋଲୋଜି ବିଭାଗର ଡାକ୍ତର ବୈଜୟନ୍ତୀମାଲା ମିଶ୍ର, ମନସ୍ତତ୍ବ ବିଭାଗର ଡାକ୍ତର ବିଶ୍ବ ମିଶ୍ର, ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ଡାକ୍ତର ଅଂଶୁମାନ, ଡାକ୍ତର ବିକାଶ ମେହେର ରହିଛନ୍ତି। ସକାଳେ ପ୍ରଥମେ ସଂଘର ବୈଠକ ହୋଇଥିଲା, ଏହାପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏମ୍ସ ନିର୍ଦେଶକ ଗୀତାଞ୍ଜଳି ବି.ଙ୍କ କାର୍ଯ୍ୟକାଳ ସମୟରେ ଫାକଲ୍‌ଟି ସଂଘର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। କିଛି ବର୍ଷ ହେଲା ନିର୍ଦେଶିକା ଏବଂ ଫାକଲ୍‌ଟି ସଂଘ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର