ଭୁବନେଶ୍ବର : ଏମ୍ସରେ ହ୍ରାସ ପାଉଛନ୍ତି କୋଭିଡ ରୋଗୀ। ତେଣୁ ପୂର୍ବ ଘୋଷଣା ଅନୁଯାୟୀ ସୋମବାରଠାରୁ ଏମ୍ସର ଓପିଡି ଖୋଲିବା ସହିତ ସବୁ ବିଭାଗ କାର୍ଯ୍ୟକ୍ଷମ ହେବ। ତେବେ କରୋନା ସଂକ୍ରମଣ ଏବେ ବି ରହିଥିବାରୁ କଟକଣା ମଧ୍ୟରେ ଓପିଡି ଖୋଲାଯିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏଠାରେ ଥିବା ଓ୍ବାର୍ଡରେ ୮୪ ‌ଓ ଆଇସିୟୁରେ ୨୯ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଆଜି ପରୀକ୍ଷା ପରେ ୪୫ ଜଣଙ୍କ ଠାରେ କୋଭିଡ ପଜିଟିଭ ଚିହ୍ନଟ ହୋଇଛି।