ଏମ୍‌ସ୍‌ରେ ଆରମ୍ଭ ହେଲା ଟେଲିମେଡିସିନ୍ ସେବା

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସ୍‌ରେ ଆରମ୍ଭ ହୋଇଛି ଟେଲିମେଡିସିନ୍ ସେବା। ଲକ୍‌ଡାଉନ ବା ତାଲାବନ୍ଦ ଲାଗୁ ହେବା ଠାରୁ ଓପିଡି ଚିକିତ୍ସା ସେବା ବନ୍ଦ ରହିଥିବାରୁ ବିକଳ୍ପ ଭାବେ ଏହି ସେବା ଆରମ୍ଭ କରାଯାଇଛି। ସକାଳ ୯ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଏହି ସେବା ଚାଲୁ ରହିବ। ୯ଟି ବିଭାଗ ପକ୍ଷରୁ ମୋବାଇଲ୍‌ ନମ୍ବର ଜାରି କରାଯାଇଛି। ଏଥିରେ ହ୍ବାଟସ୍ଆପ୍ ସୁବିଧା ଉପଲବ୍‌ଧ ରହିଛି। ତେଣୁ ରୋଗୀ ସମ୍ପୃକ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିବା ପରେ ଡାକ୍ତର ହ୍ବାଟସ୍‌ଆପ୍‌ରେ ପ୍ରେସକ୍ରିପ୍‌ସନ୍ ଲେଖି କରି ବା ଫଟୋ କପି ସ୍କାନ୍ କରି ରୋଗୀଙ୍କୁ ପଠାଇବେ। ବିଶେଷକରି ଏମ୍‌ସରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ରୋଗୀଙ୍କ ପାଇଁ ଏହି ସେବା ଅଧିକ ଉପଯୋଗୀ ହେବ। କାରଣ ସେମା‌ନେ ଘରେ ରହି ଔଷଧ ସେବନ କରୁଥିଲେ ମଧ୍ୟ ମଝିରେ ମଝିରେ ଡାକ୍ତରଙ୍କ ପରାମର୍ଶ ଦରକାର କରନ୍ତି। ମାତ୍ର ତାଲାବନ୍ଦ କାରଣରୁ ଏବେ ସେମାନେ ଏମ୍‌ସ ଆସିପାରୁନାହାନ୍ତି ଓ ବହୁ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଏବେ ଟେଲିମେଡିସିନ୍ ସେବା ସେମାନଙ୍କ ସମସ୍ୟାର ସମାଧାନ କରିପାରିବ। ଏଥିସହିତ ଓପିଡି ସେବା ବନ୍ଦ ଥିବାରୁ ବହୁ ରୋଗୀ ଏମ୍‌ସ ଡାକ୍ତରଙ୍କ ସେବାରୁ ବଞ୍ଚିତ ହୋଇଛନ୍ତି। ମାତ୍ର ଏହି ସେବା ଫଳରେ ବହୁ ରୋଗୀ ଏମ୍‌ସର ଚିକିତ୍ସା ସେବା ପାଇବେ।

ବିଭାଗ / ଡାକ୍ତରଙ୍କ ମୋବାଇଲ୍ ନମ୍ବର
ଜେନେରାଲ୍ ମେଡିସିନ୍ ୮୨୮୦୩୪୬୬୨୧
ଜେନେରାଲ୍‌ ସର୍ଜରି ୮୨୮୦୩୪୬୬୨୬
ଓ ଆଣ୍ଡ ଜି ୮୨୮୦୩୪୬୬୪୨
ଶିଶୁ ରୋଗ ୮୨୮୦୩୪୬୬୫୭
ଅସ୍ଥି ଶଲ୍ୟ ୮୨୮୦୩୪୬୬୪୮
ପଲୁମନାରୀ ମେଡିସିନ୍ ୮୨୮୦୩୪୬୬୬୩
ୟୁରୋଲୋଜି ୮୨୮୦୩୪୬୬୭୫
ସାଇକିଆଟ୍ରିକ୍ ୮୨୮୦୩୪୬୬୬୦
କାର୍ଡିଓଲୋଜି ୮୨୮୦୩୪୬୬୮୬

ସମ୍ବନ୍ଧିତ ଖବର