ଭୁବନେଶ୍ବର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି। ମଝି ଆକାଶରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନକୁ ଜରୁରୀକାଳନୀ ଅବତରଣ କରାଯାଇଛି। ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, ଏୟାର ଇଣ୍ଡିଆର ଏକ ବିମାନ ‘ଏୟାର ଇଣ୍ଡିଆ ଏକ୍ସପ୍ରେସ୍’ ଆଜି ବେଙ୍ଗାଲୁରୁରୁ ଗୁଆହାଟୀ ଅଭିମୁଖେ ଯାଉଥିଲା। ଏହି ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ଯାତ୍ରୀ ଜଣକ ଅସୁସ୍ଥ ହୋଇପଡ଼ିବା ନେଇ ଅନ୍ୟ ଯାତ୍ରୀମାନେ ବିମାନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ।
ଏହା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର କର୍ମଚାରୀମାନେ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ଯୁଦ୍ଧକାଳୀନଭିତ୍ତିରେ ବିମାନକୁ ଅବତରଣ ପାଇଁ ପ୍ରସ୍ତୁତି କରାଯାଇଥିଲେ। ବିମାନ ଅବତରଣ କଲା ପରେ ଅସୁସ୍ଥ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଦିଆଯାଇଥିଲା। ଏହା ପରେ ବିମାନଟି ଗୁଆହାଟୀ ଅଭିମୁଖେ ଉଡ଼ିଥିଲା।
Bhubaneswar | air India flight
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/09/bpia-2025-10-09-20-32-37.jpg)