୮ରୁ ରାଞ୍ଚିକୁ ଯିବ ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ବର: ଆସନ୍ତା ୮ ତାରିଖରୁ ଏୟାର ଇଣ୍ଡିଆ ଭୁବନେଶ୍ବରରୁ ରାଞ୍ଚିକୁ ବିମାନ ସେବା ଆରମ୍ଭ କରିବ। ଏୟାର ଇଣ୍ଡିଆର ଏଆଇ-୯୧୭୯ ବିମାନ ଭୁବନେଶ୍ବରରୁ ଅପରାହ୍ଣ ୨ଟାରେ ବାହାରି ରାଞ୍ଚିରେ ଅପରାହ୍ଣ ୩ଟା ୧୫ରେ ପହଞ୍ଚିବ। ସେହିପରି ରାଞ୍ଚିରୁ ଏଆଇ ୯୭୨୭ ବିମାନ ସକାଳ ୭ଟା ୫୦ରେ ବାହାରି ୮ଟା ୫୦ରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟ୍ କରି ଜଣାଯାଇଛି। ଏହି ବିମାନ ସେବା ଦ୍ବାରା ବହୁ ଘରୋଇ ଓ ଅନ୍ତର୍ଜାତୀୟ ରୁଟ୍‌ରେ ଲୋକଙ୍କୁ ସହଜରେ ବିମାନ ସେବା ଯୋଗାଇ ହେବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର