ଭୁବନେଶ୍ବର: ବିମାନ ଜରୁରୀ ଅବତରଣ ସମୟରେ କ’ଣ ପଦକ୍ଷେପ ନିଆଯିବ। ଏକ ବଡ଼ ଅଘଟଣ ଘଟିଲେ ବିମାନବନ୍ଦରରେ ପ୍ରସ୍ତୁତି ଓ ଏକାଧିକ ଏଜେନ୍ସି ସମନ୍ୱୟ ଦ୍ବାରା ପରିସ୍ଥିତିକୁ କିପରି ମୁକାବିଲା କରାଯିବ ସେନେଇ ଆଜି ଏନେଇ ଭୁବନେଶ୍ବର ବିମାନବନ୍ଦର ପକ୍ଷରୁ ଏକ ବିମାନ ଜରୁରୀ ଅବତରଣ ମକ୍ଡ୍ରିଲ୍ର ଆୟୋଜନ କରାଯାଇଥିଲା। ମକ୍ଡ୍ରିଲ୍ ପାଇଁ ସ୍ବତନ୍ତ୍ର ଭାବେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ୨୨୨ ଜଣ ଯାତ୍ରୀଙ୍କୁ ନେଇ ଏକ ବାଣିଜ୍ୟିକ ବିମାନ ଯାଉଥିବା ବେଳେ ୧ ନମ୍ବର ଇଞ୍ଜିନରେ ‘ଅଗ୍ନି ସତର୍କତା’ ଥିବା ରିପୋର୍ଟ କରାଯାଇଥିଲା।
ତେବେ ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ବିମାନବନ୍ଦର ଭିତରେ ବିମାନଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନବନ୍ଦର ଉଦ୍ଧାର ଏବଂ ଅଗ୍ନି ନିର୍ବାପନ, ଓଡ଼ିଶା ଅଗ୍ନିଶମ ସେବା, ସିଆଇଏସ୍ଏଫ୍, ରାଜ୍ୟ ପୋଲିସ, ଏନ୍ଡିଆର୍ଏଫ୍, ଏୟାରଲାଇନ୍ସ, ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏଜେନ୍ସି, ହସ୍ପିଟାଲ, ଆମ୍ବୁଲାନ୍ସ ସେବା, ଆଇଏମ୍ଡି, ଡିଜିସିଏ ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରମୁଖ ଏଥିରେ ଯୋଗଦେଇଥିଲେ। ଲାଇଭ୍ ଡ୍ରିଲ୍ରେ ୨ଶହରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏହାକୁ ନେଇ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଶେଷରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/01/dagdagdvvzc-2025-07-01-02-39-42.jpg)