ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇକରଣ ହେବ ନା ବର୍ତ୍ତମାନ ଭଳି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଅଧୀନରେ ରହି କାମ କରିବ, ତାହା ନିଷ୍ପତ୍ତି ହୋଇପାରୁନି। ଫଳରେ ବିମାନବନ୍ଦରର ଉନ୍ନତୀକରଣ କାମ ଏବେ ଅଧାପନ୍ତରା ହୋଇପଡ଼ିଛି। ଟି-୩ ଟର୍ମିନାଲ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ବି କାମ ଆରମ୍ଭ ହୋଇପାରୁନି କି ଟି-୧ ଓ ଟି-୨ ଟର୍ମିନାଲର ସଂଯୋଗୀକରଣ ବିଲ୍ଡିଂ ନିର୍ମାଣ ହୋଇପାରୁନି। ସ୍ଥିତି ଏପରି ହୋଇଛି ଯେ ୧୨୦୨.୭୫ କୋଟିର ପ୍ରକଳ୍ପ ଏବେ ଅଧାରେ ଲଟକିଛି।
୨୦୧୯ ଫେବ୍ରୁଆରି ୨୬ରେ ଭୁବନେଶ୍ବର ବିମାନବନ୍ଦରର ଉନ୍ନତୀକରଣ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଏଏଆଇର ତତ୍କାଳୀନ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସମସ୍ତ କାମ ୨ବର୍ଷ ମଧ୍ୟରେ ଶେଷ କରିବାକୁ ଯୋଜନା ହୋଇଥିଲା। ଆଶ୍ଚର୍ଯ୍ୟର ବିଷୟ, ୧୦ ମାସ ପରେ ବି ଗୋଟିଏ ବି ପ୍ରକଳ୍ପ ଶେଷ ହୋଇନି। ଶେଷ ହେବା ଦୂର କଥା, କିଛି ପ୍ରକଳ୍ପ ଅଧାପନ୍ତରା ପଡ଼ିଥିବା ବେଳେ ଆଉ କିଛି ପ୍ରକଳ୍ପର କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି।
/sambad/media/post_attachments/wp-content/uploads/2020/10/air-port.jpg)
ଏବେ ଟି-୧ ଟର୍ମିନାଲରେ ଘରୋଇ ବିମାନ ଯାତ୍ରୀ ଓ ଟି-୨ ଟର୍ମିନାଲରେ ଅନ୍ତର୍ଜାତୀୟ ବିମାନ ଯାତ୍ରୀ ଯାତାୟାତ କରୁଛନ୍ତି। ହେଲେ ଟି-୨ ଟର୍ମିନାଲରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ନାହିଁ। ଏପରିକି ଅନ୍ତର୍ଜାତୀୟ ଟର୍ମିନାଲରେ ଏରୋ ବ୍ରିଜ୍ ଲଗାଇବା ବ୍ୟବସ୍ଥା ନାହିଁ। ତେଣୁ ଯାତ୍ରୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇବା ଏବଂ ଅଧିକ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଏକସଙ୍ଗେ ଯାତାୟାତ କରିବାର ସୁବିଧା ଯୋଗାଇବା ପାଇଁ ଦେଢ଼ ବର୍ଷ ତଳେ ଟି-୧ ଓ ଟି-୨ ସଂଯୋଗୀକରଣ ବା ଦୁଇ ମହଲା ବିଶିଷ୍ଟ ଲିଙ୍କ ବିଲ୍ଡିଂ କାମ ଆରମ୍ଭ ହୋଇଥିଲା। ଏଥିରେ ଦୁଇ ଟର୍ମିନାଲ ମଝିରେ ଥିବା ୨୦୦ ମିଟର ଖୋଲା ସ୍ଥାନକୁ ସଂଯୋଗ କରାଯାଉଥିଲା। ହେଲେ ନିର୍ମାଣ ସମୟରେ ଜାନୁଆରି ୨୫ ତାରିଖରେ ଛାତ ସେଣ୍ଟ୍ରିଂ ଖସି ପଡ଼ିବାରୁ ଏବଂ ଜଣେ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବାରୁ କାମ ବନ୍ଦ ହୋଇଯାଇଥିଲା। ପ୍ରାୟ ୧୦ ମାସ ହେଲା କାମ ବନ୍ଦ ହୋଇଥିଲେ ହେଁ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରୁନି।
ପ୍ରାୟ ୮୭.୨୧ କୋଟିର ଏହି ପ୍ରକଳ୍ପ କାମ ଆରମ୍ଭ କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଦୁଇ ମାସ ତଳୁ ସବୁଜ ସଂକେତ ଦେଇସାରିଛନ୍ତି। ହେଲେ ଠିକା ସଂସ୍ଥା ଏପର୍ଯ୍ୟନ୍ତ କାମ ଆରମ୍ଭ କରୁନି। ଦୁଇ ବର୍ଷରେ ଏହି ପ୍ରକଳ୍ପ ଶେଷ ହେବାକୁ ଥିବା ବେଳେ ୧୦ ମାସ ବିନା କାମରେ ଗଲାଣି। ଏପଟେ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଆସୁ ନଥିଲେ ହେଁ ଏହାପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଲେ ବି କିଛି ଫାଇଦା ହେବନି। ଭଲ ଟର୍ମିନାଲ ନ ଥିବାରୁ ବିଦେଶ ଯାତ୍ରୀ, ଅନ୍ତର୍ଜାତୀୟ ବିମାନ ଉଡ଼ାଣ କମ୍ପାନି ଏଠାକୁ ଆସୁ ନାହାନ୍ତି।
ଭୁବନେଶ୍ବର ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଟି-୩ ଟର୍ମିନାଲ ନିର୍ମାଣ ହେଲେ ଏହାକୁ ଘରୋଇ ପର୍ଯ୍ୟଟକ ପାଇଁ ଖୋଲାଯିବ। ଟି-୧ ଓ ଟି-୨ ଟର୍ମିନାଲରେ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଇ ଦିଆଯିବ।
ବର୍ତ୍ତମାନ ଟି-୨ ଟର୍ମିନାଲରେ ଏରୋବ୍ରିଜ୍ ଲଗାଇବା ସମ୍ଭବ ନଥିବାରୁ ଏହି ନୂଆ ବିଲ୍ଡି˚ ନିର୍ମାଣ ହେଲେ ଅନ୍ତର୍ଜାତୀୟ ଯାତ୍ରୀମାନେ ଏରୋବ୍ରିଜ୍ ସେବା ପାଇପାରିବେ। ଦୁଇଟି ମହଲାରେ ପୃଥକ ଭାବେ ଯାତ୍ରୀଙ୍କୁ ସେବା ଯୋଗାଇ ହେବ। ଏପରିକି ଏକସଙ୍ଗେ ଦୁଇରୁ ଅଧିକ ବିମାନ ପରିଚାଳନା କରିହେବ। ଏହାସହ ଦୁଇଟି କନଭେୟର ବେଲ୍ଟ, ଏସ୍କାଲେଟର୍, ଲିଫ୍ଟ, ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ସପି˚, ଖାଦ୍ୟ ପାନୀୟ, ଚେକି˚ ବ୍ୟବସ୍ଥା ଉପଲବ୍ଧ ହେବ। ଦୁଇଟି ଯାକ ଟର୍ମିନାଲ ମଧୢରେ ଦୁଇ ମହଲା ବିଶିଷ୍ଟ ଏକ ବିଲ୍ଡି˚ ନିର୍ମାଣ ହେବ, ଯାହା ଦୁଇଟି ଯାକ ଟର୍ମିନାଲକୁ ସ˚ଯୋଗ କରିବ। ଏହି ବିଲ୍ଡି˚ ଦେଇ ଅନ୍ତର୍ଜାତୀୟ ଯାତ୍ରୀ (ଏବେ ଟି-୨ ଟର୍ମିନାଲ ଦେଇ ଯାଉଥିବା ଯାତ୍ରୀ) ପ୍ରସ୍ଥାନ କରିବେ। ଯେଉଁ ଯାତ୍ରୀମାନେ ବିଦେଶରୁ ଆସିବେ, ସେମାନେ ଏହି ବିଲଡି˚ ଦେଇ ବାହାରକୁ ବାହାରିବେ।
କେମିତି ଖର୍ଚ୍ଚ ହୋଇଥା’ନ୍ତା ୧୨୦୩ କୋଟି
୨୦୨୮-୨୯ ବର୍ଷକୁ ନଜରରେ ରଖି ଭୁବନେଶ୍ବର ବିମାନବନ୍ଦରର ଭିତ୍ତିଭୂମି ବିକାଶ କରାଯିବ। ଏଥିପାଇଁ ୧୨୦୨.୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଟି-୩ ଟର୍ମିନାଲ ପାଇଁ ୯୧୩ କୋଟି, ଟି-୧ ଓ ଟି-୨ ସଂଯୋଗ ପାଇଁ ୮୭.୨୧ କୋଟି, ପାରାଲାଲ୍ ଟ୍ୟାକ୍ସି ଟ୍ରାକ୍ ଏବ˚ ରାପିଡ୍ ଏକଜିଟ୍ ଟ୍ୟାକ୍ସି ୱେ ଓ ଟି-୩ରେ ୯ଟି ଏ-୩୨୦ ବିମାନ ପାର୍କି˚ ପାଇଁ ୧୩୮କୋଟି, ନିଉ ଟେକନିକାଲ୍ ବ୍ଲକ୍ ଏବ˚ କଣ୍ଟ୍ରୋଲ ଟାଵାର ପାଇଁ ୩୨.୫୪ କୋଟି, ଅଗ୍ନିଶମ କେନ୍ଦ୍ର ଏବ˚ ଇଞ୍ଜିନିୟରି˚ ଓ ମରାମତି ଵାର୍କସପ୍ ପାଇଁ ୩୨ କୋଟି ଖର୍ଚ୍ଚ ହେବ। ଏବେ କିଛି ଆରମ୍ଭ ହୋଇଥିଲେ ହେଁ ଅଧାପନ୍ତରା ହୋଇ ପଡ଼ିଛି।
୯୧୩ କୋଟିର ଟି-୩ ଟର୍ମିନାଲ କାମ ଆରମ୍ଭ ହୋଇପାରୁନି
ବିମାନବନ୍ଦରର ଟି-୧ ଏବ˚ ଟି-୨ ଟର୍ମିନାଲରେ ବାର୍ଷିକ ପ୍ରାୟ ୨.୫ ମିଲିଅନ ଯାତ୍ରୀ ଯାତାୟାତ କରିବା ଭଳି ବ୍ୟବସ୍ଥା ଥିବା ବେଳେ ଗତ ବର୍ଷକ ମଧୢରେ (କରୋନା ପୂର୍ବରୁ) ଯାତ୍ରୀ ଯାତାୟାତ ପ୍ରାୟ ୩୯% ବୃଦ୍ଧି ପାଇଥିଲା। ଯାତ୍ରୀ ଯାତାୟାତ ବୃଦ୍ଧିରେ ଭୁବନେଶ୍ବର ଦେଶର ୫ଟି ପ୍ରମୁଖ ବିମାନବନ୍ଦର ମଧୢରେ ଥିବାରୁ ୨୦୨୮-୨୯ ବର୍ଷ ପର୍ଯ୍ୟନ୍ତ ନଜରରେ ରଖି ଆଉ ଗୋଟିଏ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ତେଣୁ ଟି-୧ ଟର୍ମିନାଲ ନିକଟରେ ଟି-୩ ଟର୍ମିନାଲ ନିର୍ମାଣ ହେବାକୁ ଜାଗା ଚିହ୍ନଟ ହୋଇଛି। ସ˚ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏବ˚ ଅତ୍ୟାଧୁନିକ ସୁବିଧା ସୁଯୋଗ ଟର୍ମିନାଲ ଭାବେ ଏହାକୁ ନିର୍ମାଣ କରାଯିବ। ଟି-୩ ଟର୍ମିନାଲ ଟି-୧ ଟର୍ମିନାଲଠାରୁ ବହୁତ ବଡ଼ ହେବ। ୬୪୬୫୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲର ବାର୍ଷିକ ଯାତ୍ରୀ ଯାତାୟାତ କ୍ଷମତା ୮ ମିଲିଅନ୍ ରହିବ। ଏହାଦ୍ବାରା ଭୁବନେଶ୍ବର ବିମାନବନ୍ଦରର ବାର୍ଷିକ ଯାତ୍ରୀ କ୍ଷମତା ୩.୫ ମିଲିଅନରୁ ୧୧.୫ ମିଲିଅନକୁ ବୃଦ୍ଧି ପାଇବ। ଏହି ଟର୍ମିନାଲର ବିଶେଷତ୍ବ ହେବ, ଘଣ୍ଟାକରେ ଏକସଙ୍ଗେ ୨୯୦୦ ଯାତ୍ରୀ ଯାତାୟାତ କରିପାରିବେ। ଏହାସହ ୯ଟି ଏ-୩୨୦ ଏୟାରବସ୍ ବିମାନ ପାର୍କି˚ କରିପାରିବ। ଏଥିପାଇଁ ସ୍ବତନ୍ତ୍ର ଭାବେ ଅଗ୍ନିଶମ କେନ୍ଦ୍ର ବି ନିର୍ମାଣ ହେବ। ଏହିଭଳି ଯୋଜନା ହୋଇଥିଲେ ହେଁ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିଲାନି।