ଏୟାରପୋର୍ଟ ଛକରୁ ଫାୟାର୍‌ଷ୍ଟେସନ ନୋ ପାର୍କିଂ ଜୋନ୍‌

ଭୁବନେଶ୍ବର: ବିଶ୍ବ କପ୍‌ ହକି ଆୟୋଜନ ପାଇଁ ସହରକୁ ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତ ରଖିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଟ୍ରାଫିକ୍‌ ଓ କମିସନରେଟ୍‌ ଟ୍ରାଫିକ୍‌ ପୁଲିସର ମିଳିତ ସର୍ବେକ୍ଷଣ ପରେ ଏୟାରପୋର୍ଟ ଛକରୁ ଫାୟାର୍‌ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତାକୁ ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଛି। ଏହି ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ ହୋଇପାରିବନାହିଁ ଏବଂ କେହି ଉଲ୍ଲଘଂନ କଲେ ଟ୍ରାଫିକ୍‌ ପୁଲିସର ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗାଡ଼ି ଉଠାଇନେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ଏହି ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ ହେଉଥିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି।

ଏହି ରାସ୍ତା କଡ଼ରେ ଘର କରିବା ପାଇଁ ପ୍ଲାନ୍‌ ନେବା ବେଳେ ପାର୍କିଂ ପାଇଁ ବ୍ୟବସ୍ଥା କରିଥିବା ଦେଖାଇଛନ୍ତି। କିନ୍ତୁ ପାର୍କିଂ ପାଇଁ ଉଦ୍ଦିଷ୍ଟ ଜାଗାକୁ ବ୍ୟାବସାୟିକ ଭିତ୍ତିରେ ବ୍ୟବହାର କରୁଛନ୍ତି। ଏବେ ସେମାନେ ସେହିସବୁ ବେଆଇନ ଘରକୁ ଭାଙ୍ଗି ପାର୍କିଂ ପାଇଁ ବ୍ୟବସ୍ଥା କରିବେ। ନଚେତ୍‌ ଏହି କାର୍ଯ୍ୟାନୁଷ୍ଠାନର ଶିକାର ହେବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର