ସୁସ୍ଥ ହେବା ପରେ ପ୍ରଶଂସକଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ କୃତଜ୍ଞତା

ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରିବା ପରେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି, ମୋ ପ୍ରତି ଓ ମୋ ଟିକି ପରୀ ପ୍ରତି ତୁମମାନଙ୍କ ପ୍ରାର୍ଥନା ଓ ସଦିଚ୍ଛା ପାଇଁ ଧନ୍ୟବାଦ। ସେ କହିଛନ୍ତି ଯେ ମୁଁ ଅଭିଭୂତ ଓ ଋଣୀ। ଭଗବାନ ତୁମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କ ମଙ୍ଗଳ ପାଇଁ ମୋ’ର ପ୍ରାର୍ଥନା ଓ ଭଲ ପାଇବା ରହିଛି। ଆପଣମାନେ ସୁସ୍ଥ ଓ ସୁରକ୍ଷିତ ରୁହନ୍ତି। ସୋମବାର ଐଶ୍ବର୍ଯ୍ୟା ଓ ତାଙ୍କ ୮ବର୍ଷୀୟା ଝିଅ ହସ୍ପିଟାଲ୍‌ରୁ ଫେରିଛନ୍ତି। ମାତ୍ର ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ ଏବେ ବି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର