ଐସି ଲଗି ଲଗନ୍‌…

ଆରମ୍ଭ ହେଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ

ଭୁବନେଶ୍ବର: ପୂଜ୍ୟପୂଜା ସାଙ୍ଗକୁ ନୃତ୍ୟ ଓ ସଂଗୀତରେ ଭିଜିବାର ଅବକାଶ ଆଣିଛି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ। ‘ସୃଜନ’ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଥିବା ଉତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରିସଦ୍ଧ ଗଜଲ ଗାୟକ ଅନୁପ ଜଲୋଟାଙ୍କ ଭଜନ ଓ ଗଜଲରେ ଭିଜିଥିଲେ ଶ୍ରୋତା। ଐସି ଲଗି ଲଗନ.., ବୋଲ ରାମ ବୋଲ ରାମ.., ବଡ଼େ ମସହୁର ହୋତେ.., ଜଗ ମେ ସୁନ୍ଦର ହେଁ ଦୋ ନାମ.., ଶ୍ୟାମ ତେରି ବଂଶୀ ପୁକାରେ.. ଭଳି କାଳଜୟୀ ଗୀତ ପରିବେଷଣ ବେଳେ ‌ତାଳିରେ ଗୁଞ୍ଜରିତ ‌ହୋଇଥିଲା ପ୍ରେକ୍ଷାଳୟ। ତାଙ୍କୁ କଣ୍ଠରେ କୋୟଲ୍‌ ତ୍ରିପାଠୀ ଏବଂ ସଂଗୀତରେ ରସିଦ ଖାନ୍‌, ପ୍ରଦୀପ ଘୋଷ, ହିମାଂଶୁ ତିୱାରୀ ସହଯୋଗ କରିଥିଲେ। ଶେଷ ପ୍ରସ୍ତୁତି ଥିଲା ଗୁଞ୍ଜନ ଡ୍ୟାନ୍‌ସ ଏକାଡେମିର କଳାକାରଙ୍କ ଦ୍ବାରା ପରିବେଷିତ ଓଡ଼ିଶୀ ନୃତ୍ୟ। ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ମୀରା ଦାସ ଓ ସାଥୀମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ବିଧାୟକ ଦେବୀପ୍ରସାଦ ମିଶ୍ର, ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ପରବିନ୍‌ କାଲା, ଏମ୍‌ଜିଏମ୍‌ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ‘ସୃଜନ’ର ନିର୍ଦେଶକ ରତିକାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ଡ.ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ୭ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ।

ସମ୍ବନ୍ଧିତ ଖବର