ବାରଙ୍ଗ: ଚନ୍ଦକା ଶିମୁଳିପାଟଣା ସ୍ଥିତ ଅଜାଣେଶ୍ୱର ଦେବଙ୍କ ୫୭ତମ ବାର୍ଷିକ ଉତ୍ସବ ଓ ବାବା ସୁରେନ୍ଦର ବାୟାଙ୍କ ୮୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଶନିବାର ଅଧିବାସ ପରେ ଉତ୍ସବ ଆରମ୍ଭ ହୋଇଥିଲା। ଜଳାଧିବାସ ଓ ଅଗ୍ନି ସ୍ଥାପନ କରା ଆହୁତି, ଚଣ୍ଡୀପାଠ, ଭାଗବତ ଓ ଗୀତାପାଠ କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ପରେ ଉତ୍ସବ ସଂପନ୍ନ ହୋଇଥିଲା। ବାବା ଅଭିରାମ ସରସ୍ୱତୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଶିମୁଳିପାଟଣା ଓ ଚନ୍ଦକା ଗ୍ରାମବାସୀ ସହଯୋଗ କରିଥିଲେ।
ଅଜାଣେଶ୍ୱର ପୀଠର ବାର୍ଷିକ ଉତ୍ସବ
/sambad/media/post_attachments/wp-content/uploads/2018/01/barang.jpg)