ଆକାଶ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୧ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବର: ଅଗ୍ରଣୀ ଡାକ୍ତରୀ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା କୋଚିଂ ସଂସ୍ଥା ଆକାଶ ଏଜୁକେସନାଲ୍‌ ସର୍ଭିସେସ୍‌ ଲିମିଟେଡ୍‌ର ଚେୟାର୍‌ମ୍ୟାନ୍ ତଥା ପରିଚାଳନା ନିର୍ଦେଶକ ଜେ ସି ଚୌଧୁରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୧ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି। ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଶାଖା ନିର୍ଦେଶକ ଅଜୟ ବାହାଦୂର ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଚେକ୍‌ ପ୍ରଦାନ କରିଥିଲେ। ଓଡ଼ିଶାବାସୀଙ୍କ ଏହି ବିପଦ ସମୟରେ ସହାୟତାର ହାତ ବଢ଼ାଇଥିବାରୁ ମୁଖ୍ୟମନ୍ତ୍ରୀ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଏହାର ପରିବାରବର୍ଗଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପ୍ରାକୃତିକ ବିପର୍ଯ୍ୟୟ ସମଗ୍ର ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି। ପ୍ରଭାବିତ ପରିବାରର ମନୋବଳ ସୁଦୃଢ଼ କରିବାକୁ ସେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ବୋଲି ପତ୍ର ଦ୍ବାରା ଶ୍ରୀ ଚୌଧୁରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର